ଅପହୃତା ନାବାଳିକା ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର
ହାଟଡିହୀ,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ ଅପହୃତା ନାବାଳିକା (୧୭ବର୍ଷୀୟା)କୁ ନନ୍ଦିପଦା ପୋଲିସ ସୋମବାର ସକାଳୁ ଉଦ୍ଧାର କରିଛି l ପୋଲିସ ଚଢ଼ାଉ କରି ନାବାଳିକା ଜଣକୁ ଅନ୍ୟ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି l ଅପର ପକ୍ଷେ ତଦନ୍ତକାରୀ ଅଧିକାରିଣୀ ବିନିତା ଲାକ୍ରା କହିଛନ୍ତି ଯେ ନାବାଳିକାଙ୍କୁ ଉଦ୍ଧାର ପରେ ଆଇନଗତ ବ୍ୟବସ୍ଥା ଅନୁସାରେ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା l ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ସୂଚନା ଯୋଗ୍ୟ,ଗତ ମେ ମାସ ନାବାଳିକା ଜଣକ ନିଜ ବନ୍ଧୁ ଘରକୁ ବୁଲିବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ l ଫଳରେ ପରିବାର ତରଫରୁ ଏ ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବା ପରେ ମାମଲା ନଂ ୨୩୦/୨୦୨୬ ପଞ୍ଜିକରଣ ହୋଇଥିଲା l ସୂଚନା ଯୋଗ୍ୟ, ନାବାଳିକା ନିଖୋଜକୁ ନେଇ ମାମଲା ବଢୁଥିବା ବେଳେ ନାବାଳିକା ଉଦ୍ଧାର କ୍ଷେତ୍ରରେ ନନ୍ଦିପଦା ପୋଲିସର କାର୍ଯ୍ୟ ଦକ୍ଷତା ବେଶ ଭଲ ରହିଛି l


