ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କେନ୍ଦ୍ରାପଡାର ୧୦୮ ତୀର୍ଥଯାତ୍ରୀଙ୍କ ଅଯୋଦ୍ଧା- ବାରାଣସୀ ଯାତ୍ରା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬–୨୭ ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୦୮ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ତୀର୍ଥଯାତ୍ରାରେ ବାହାରିଛନ୍ତି। ଏହି ତୀର୍ଥଯାତ୍ରା ୨ ସେପ୍େଟମ୍ବରରୁ ୭ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆୟୋଜିତ ଫ୍ଲାଗ୍‌-ଅଫ୍ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଜି ତୀର୍ଥଯାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ସେମାନଙ୍କ ନିଜ ନିଜ ବ୍ଲକ୍‌ରୁ କେନ୍ଦ୍ରାପଡ଼ା ସଂସ୍କୃତି ଭବନକୁ ଅଣାଯାଇଥିଲା। ସଂସ୍କୃତି ଭବନରେ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଯାତ୍ରା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱର ପଠାଯାଇଛି। ଭୁବନେଶ୍ୱରରେ ରାତ୍ରି ରହଣି ପରେ ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅଯୋଧ୍ୟା–ବାରାଣସୀ ଅଭିମୁଖେ ଯାତ୍ରା କରିବେ। କେନ୍ଦ୍ରାପଡ଼ା ଜିଲ୍ଲାରୁ ଯାଉଥିବା ମୋଟ ୧୦୮ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରେ ୬୩ ଜଣ ପୁରୁଷ ଓ ୪୫ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ ଏକକ ତୀର୍ଥଯାତ୍ରୀ ଥିବାବେଳେ ୨୪ ଜଣ ଦମ୍ପତି ଅର୍ଥାତ୍ ୪୮ ଜଣ ତୀର୍ଥଯାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରୁ ଚୟନ ହୋଇଥିବା ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଯାତ୍ରା ମାଧ୍ୟମରେ ସେମାନେ ଅଯୋଧ୍ୟା ଓ ବାରାଣସୀର ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ସ୍ଥଳୀ ପରିଦର୍ଶନର ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧା, ସୁରକ୍ଷା ଓ ସୁସ୍ଥ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ପୂର୍ବରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ