ଖରସ୍ରୋତା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସୁପୋଷିତ ଓଡିଶା ମିଶନ କାର୍ଯ୍ୟକ୍ରମ
ବିଂଝାରପୁର, (ପ୍ରଦୀପ କୁମାର ମଲ୍ଲିକ): ବିଂଝାରପୁରର ଅଗ୍ରଣୀ ମହାବିଦ୍ୟାଳୟ ଖରସ୍ରୋତା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସୁପୋଷିତ ଓଡ଼ିଶା ମିଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ ତଥା ରାଜ୍ୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ସୁପୋଷିତ ଓଡ଼ିଶା ମିଶନ କାର୍ଯ୍ୟକ୍ରମ ଚାଲୁରହିଛି, ଉଦ୍ଦେଶ୍ୟ ହେଉଛି ମହାବିଦ୍ୟାଳୟର (ଏନ୍ ଏସ୍ ଏସ୍ )ର ଫିମେଲ ଭଲ୍ୟୁଣ୍ଟର ମାନଙ୍କୁ ସେହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ପ୍ରେରଣ କରି ଶିଶୁମାନଙ୍କର ହୃଷ୍ଟପୃଷ୍ଟ ତାକୁ ବିଭିନ୍ନ ମାର୍ଗରେ ପରୀକ୍ଷା କରିବା, ସରକାର ଅଙ୍ଗନବାଡି କେନ୍ଦ୍ରମାନଙ୍କୁ ଶିଶୁ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପୁଷ୍ଟିକ ଖାଦ୍ୟ ଯୋଗାଇଥିବା ବେଳେ କେଉଁ ଶିଶୁ ଠାରେ ପୃଷ୍ଟି ହୀନତା ପରିଲକ୍ଷିତ ହୋଇନାହିଁତ ? ପୃଷ୍ଟି ହୀନ ଶିଶୁମାନଙ୍କୁ ତାଲିକା ଅନ୍ତର୍ଭୁକ୍ତ କରିବା , ଆୟୋଜିତ ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାମଲ ସଭାପତିତ୍ଵ କରି ସ୍ୱେଚ୍ଛାସେବୀ ମାନଙ୍କୁ ସେବାବ୍ରତୀ ହେବାପାଇଁ ପରାମର୍ଶ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପିକା ମମତାମୟୀ ସାମଲ ,ଅଧ୍ୟାପକ ବିଜୟ କୁମାର ପତି, ମୀନକେତନ ତ୍ରିପାଠୀ, ସୁବାସ ଚନ୍ଦ୍ର ସାହୁ, ଗଗନ ବିହାରୀ ବେହେରା, ଅରୁଣ କୁମାର ସାମଲ ଭଲ୍ୟୁଣ୍ଟର ମାନଙ୍କୁ ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ଯୋଜନା ଅଧିକାରୀ ଚନ୍ଦନ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦୀପ୍ତି ରଂଜନ ସେନାପତି , ଅମ୍ବିକା ପ୍ରସାଦ ଜେନା, ସତ୍ୟବ୍ରତ ସେଠୀ, ଦେବବ୍ରତ ଧଳ,ସତ୍ୟନାରାୟଣ ଗୁପ୍ତା, ବୈଭବ ନାୟକ, ଶରତ ରାଉଳ, ଅଧ୍ୟାପିକା ଗାୟତ୍ରୀ ଧଳ,ସୁଚିତ୍ରା ରାଉତ,ଶମିଷ୍ଠା ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଜାତୀୟ ସେବା ଯୋଜନାର ସଦସ୍ୟା ଅର୍ପିତା ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା କଯୋଜନାର ୪୦ ଜଣ ଛାତ୍ରୀ ଭଲ୍ଯୁଣ୍ଟରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।


