ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଞ୍ଚାୟତ ଅଧୀନ ଡିହ ଭଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦକିଶୋର ଦଳାଇଙ୍କ ଚାକିରୀର ଶେଷ ଦିବସରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଉକ୍ତ ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସଭାପତି ନାରାୟଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱ ଏବଂ ଭଟସାହି ପଞ୍ଚାୟତ ସରପଞ୍ଚ ସୀତାକାନ୍ତ ମିଶ୍ର ଓ ନଦିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ମାଝିଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା ଏହି ଭବ୍ୟ ଉତ୍ସବ. ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ଶ୍ରୀଚରଣ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଧାମନଗର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସତ୍ୟ ସୁନ୍ଦର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ବାଣୀ କବି ଦୟାନିଧି ମିଶ୍ର,ନିରଞ୍ଜନ ପ୍ରଧାନ, ରବୀନ୍ଦ୍ର ପ୍ରଧାନ,ଉମାକାନ୍ତ ସାହୁ,ଦୈତାରୀ ମଳିକ, ବିଜୟ କୁମାର ଦାସ, ସଞ୍ଜୟ କୁମାର ବିନ୍ଧାଣୀ,ତୃପ୍ତି ରଞ୍ଜନ ବିଶ୍ୱାଳ, ସନ୍ତୋଷ ରାଉତ, ଶିବ ଚରଣ ମଲ୍ଲିକ, ସ୍ୱୟଂ ପ୍ରଭା ନାୟକ, ସି ଆର ସି ସି ଅଭୟ କୁମାର ସାହୁ, କୃଷ୍ଣ ଚନ୍ଦ୍ର ଦାସ, ଶାନ୍ତନୁ ଦାସ,ନିରାକାର ଜେନା,ଅଭୟ ଦାସ, ପ୍ରମୋଦ ପତ୍ରୀ, ସୁବାସ ରାଉତ,ଦେବେନ୍ଦ୍ର ମଳିକ,ଭରତ ଚନ୍ଦ୍ର କର,ସୁବାସ ବାରିକ, ସେକ ମୋବାରକ ଅଲ୍ଲୀ,ପରମେଶ୍ୱର ନାୟକ, ପୁଷ୍ପଲତା ପାଣିଗ୍ରାହୀ,ମନୋରମା ନାୟକ, ପଲ୍ଲବୀ ବେହେରା, ଶୁଭସ୍ମିତା ଦାସ, ସଂଯୁକ୍ତା ବେହେରା, ରୂପକ ମିଶ୍ର, ସତୀଶ ସାମନ୍ତ, ଧର୍ମାନନ୍ଦ ଭାରତୀ,ରମାକାନ୍ତ ପରିଡା, ଇତିଶ୍ରୀ ପାଣିଗ୍ରାହୀ, ଜ୍ୟୋସ୍ନାରାଣୀ ମହାପାତ୍ର, କ୍ରିଷ୍ନା ରାଣୀ ଓଝା ଏବଂ ବହୁ ଶିକ୍ଷକ ଓ ସମାଜସେବୀ,ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ଗ୍ରାମବାସୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗଦାନ କରି ନନ୍ଦ ସାରଙ୍କ ଗୁଣ ଗାରିମା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧୟନରତ ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ ଏବଂ ପ୍ରଧାନ ଶିକ୍ଷକ ନନ୍ଦ କିଶୋର ଦଳାଇଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଏକ ବର୍ଣାଢ୍ୟ ଶୋଭାଯାତ୍ରା ଜରିଆରେ ଗ୍ରାମ ପରିକ୍ରମା କରାଇ ତାଙ୍କର ଗ୍ରାମ କାମଦେବପୁର ପର୍ଯ୍ୟନ୍ତ ନେଇଯାଇଥିଲେ।


