ସାଇବର ସିକ୍ୟୁରିଟି ଓ ନିଶାମୁକ୍ତ ସଚେତନତା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ନେଟେଙ୍ଗା ଦିନବନ୍ଧୁ ବିଦ୍ୟାପୀଠ ପରିସରରେ ଗାଙ୍ଗପୁର ଥାନା ତରଫରୁ ଏକ ସାଇବର ସିକ୍ୟୁରିଟି ଓ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡୋକି ସରୋଜିନୀ ଅଧ୍ୟକ୍ଷତା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ, ଠକେଇରୁ ବର୍ତ୍ତିବା,ଫ୍ରଡ୍ କଲ୍‌ ନ ଉଠାଇବା ଏବଂ ଏହି କୋମଳମତି ବୟସରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥି ସହିତ ନିଶା ମୁକ୍ତି ସମ୍ପର୍କରେ ଥାନାଧିକାରୀ ବନବିହାରୀ ପ୍ରଧାନ କହିଥିଲେ ଯେ, “ନିଶାସେବନ ବ୍ୟକ୍ତିର ସ୍ୱାସ୍ଥ୍ୟ ସହ ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ତେଣୁ ସମସ୍ତେ ନିଶାଠାରୁ ଦୂରେଇ ରହିବା ସହ ନିଜ ପରିବାର, ଗ୍ରାମ ଓ ସହରକୁ ନିଶାମୁକ୍ତ କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ଉଚିତ୍। ଛାତ୍ରଛାତ୍ରୀମାନେ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନରେ ଶ୍ରେଷ୍ଠ ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଏଏସାଇ ୟାଇ.ବି ନାଇଡୁ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭାତ କୁମାର ଗୌଡ଼, ବର୍ଷା ରାଣୀ ବେହେରା,ସ୍ୱାଗତିକା ସେଠୀ,ଝରଣା ଦାସ, ସୁସଂଗିନୀ ପ୍ରଧାନ,ସନ୍ତୋଷ କୁମାର ସାହୁ, ଶ୍ରୁତିସ୍ମାରକୀ ପାତ୍ର ଏବଂ ବଂଶୀଧର ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ