ବଣିକ ସଂଘ ପକ୍ଷରୁ ଆସିକାରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ମାଧ୍ୟମିକ ଶିକ୍ଷା ପରିଷଦ ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫-୨୬ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଟପ୍ପର ହୋଇଥିବା ବିଦ୍ୟାର୍ଥୀଙ୍କୁ ଆସିକା ବଣିକ ସଂଘ ଏକ ସ୍ୱତନ୍ତ୍ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ଆସିକା ବଣିକ ସଂଘର ଏକ ସାଧାରଣ ବୈଠକ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ କଳିଙ୍ଗ ରୋଡ ସ୍ଥିତ ଓମ୍ ଶାନ୍ତି ଭବନ ନିକଟସ୍ଥ ସଂଘର ନିଜସ୍ୱ ଗୃହ ପରିସରରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ବଣିକ ସଂଘର ଉପସଭାପତି ୟୁ.ସଂଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆସିକା ବଣିକ ସଂଘର ଉପଦେଷ୍ଟା ଇ. ଅରୁଣ କୁମାର ପାତ୍ର, ସଂପାଦକ କେ.ସତ୍ୟନାରାୟଣ ପାତ୍ର, କୋଷାଧ୍ୟକ୍ଷ ଡି.ଦ୍ୱାରିକାନାଥ ପାତ୍ର, ଉପସଭାପତି ମନୋଜ କୁମାର ମୁନି ଓ ଶ୍ୟାମସୁନ୍ଦର ପାଢୀ, ଗଞ୍ଜାମ ଜିଲ୍ଲା ବଣିକ ସଂଘର ସକ୍ରିୟ ସଦସ୍ୟ ଏସ୍.ଅନିଲ୍ କୁମାର ପୃଷ୍ଟି, ସଂଘର ପୂର୍ବତନ ସଭାପତି ଅରୁଣ କୁମାର ଗୁପ୍ତା ପ୍ରମୁଖ ଯୋଗଦେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ଆସିକା ଆରିୟନ୍ ପବ୍ଳିକ ସ୍କୁଲର ବିଦ୍ୟାର୍ଥୀ ସ୍ନେହାଶ୍ରୀ ନାୟକ ଏବଂ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ସରସ୍ୱତୀ ବିଦ୍ୟାମନ୍ଦିରର ଛାତ୍ରୀ କୁମାରୀ ସୁମିତ୍ରା ବେହେରାଙ୍କ ଉଦ୍ଦେଶ୍ୟରେ ଇ. ଅରୁଣ କୁମାର ପାତ୍ର ଟ୍ରଫି ଫର୍ ଏକ୍ସେଲେନ୍ସି ସମ୍ମାନରେ ସମ୍ମାନିତ କରାଯିବା ସହ ସିଲ୍ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆସିକା ବଣିକ ସଂଘର ସଭାପତି ୟୁ.ସଂଜୟ କୁମାର ପାତ୍ର ଏବଂ ଉପଦେଷ୍ଟା ଇ.ଅରୁଣ କୁମାର ପାତ୍ର ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜୀବନରେ ସଫଳତା ପାଇଥିଲା ବେଳେ ଏଥିପାଇଁ ଧୈଯ୍ୟ ଓ ନିଷ୍ଠାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥିବା ଯୋଗୁଁ ପିତାମାତାଙ୍କ ସେବା ଓ ଗୁରୁଜନମାନଙ୍କ ଆଶୀର୍ବାଦକୁ ପାଥେୟ କରି ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ ପୂର୍ବକ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ । ଆସିକା ବଣିକ ସଂଘର ସାଧାରଣ ଅଧିବେଶନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ପାଳନ ଅବସରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ସକାଶେ ସଂଘର ସକ୍ରିୟ ସଦସ୍ୟ ଦେବାଶିଷ୍ ପଣ୍ଡା ଓ ପି.ଶ୍ରୀନିବାସ ପାତ୍ର ଏବଂ ରବି ନାରାୟଣ ଗୁପ୍ତାଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆସିକା ବଣିକ ସଂଘର ଏହି ସାଧାରଣ ବୈଠକ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସକ୍ରିୟ ସଦସ୍ୟ ପି.ଜିତେଶ୍ କୁମାର ପାତ୍ର, ଗୋଲକ ପ୍ରଧାନ, ଉପେନ୍ଦ୍ର ରେଡି, ଶଙ୍କର ମୁନି, ଶତୃଘ୍ନ ନାହାକ, ଶଙ୍କର ସାହୁ, ପି.ପ୍ରଭାକର ପାତ୍ର, ପି.ଶିବପ୍ରସାଦ ରାଓ, ଟି.ସଂଜବ ପାତ୍ର, ଇ.ଜିତେନ୍ଦ୍ର ପାତ୍ର, ଅଜିତ୍ କୁମାର ଦାଶ, କୃଷ୍ଣଚନ୍ଦ୍ର ନାୟକ, ଟୁନା ପାତ୍ର, ମୁନା ପାତ୍ର, କେ.ଧିରେଶ୍ କୁମାର ପାତ୍ର, ଭାସ୍କର ଆଚାରୀ, ରାଜା ପାତ୍ର, ଟି.ସଂଜୀବ କୁମାର ପାତ୍ର, କାହ୍ନୁଚରଣ ପଣ୍ଡା, ଏସ୍.ରଂଜିତ୍ ପୃଷ୍ଟି, ହୁସେନ୍ ସାରିଫ୍ଙ୍କ ସମେତ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


