ଗୋବର୍ଦ୍ଧନ ପୀଠରେ ବାବା ଆଦିତ୍ୟନାଥ ମହାରାଜଙ୍କ ଜନ୍ମୋତ୍ସବ
ନାଉଗାଁ, (ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗାରୋଇ ଗୋବର୍ଦ୍ଧନ ପୀଠରେ ମଠର ମଠାଧୀଶ ବାବା ଆଦିତ୍ୟନାଥ ମହାରାଜଙ୍କ ଜନ୍ମୋତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି ପବିତ୍ର ଅବସରରେ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ। ଭକ୍ତମାନେ ବାବା ଆଦିତ୍ୟନାଥ ମହାରାଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଆଶୀର୍ବାଦ କାମନା କରିଥିଲେ। ଜନ୍ମୋତ୍ସବ ଅବସରରେ ପୀଠ ପରିସରରେ ଦିନତମାମ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଧାର୍ମିକ ଅନୁଷ୍ଠାନ ସହ ବିଭିନ୍ନ ସାଂସ୍କୃତିକ ପରିବେଷଣରେ ମୁଖରିତ ହୋଇଥିଲା ସମଗ୍ର ପରିବେଶ।ଏହି ଅବସରରେ ଭକ୍ତମାନଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ଭକ୍ତ ପ୍ରସାଦ ସେବନ କରିବା ସହ ବାବାଙ୍କ ଆଶୀର୍ବାଦ ନେଇ ଆନନ୍ଦ ଓ ଭକ୍ତିର ସହ ଜନ୍ମୋତ୍ସବରେ ସାମିଲ ହୋଇଥିଲେ। ବାବା ଆଦିତ୍ୟନାଥ ମହାରାଜଙ୍କ ଜନ୍ମୋତ୍ସବକୁ ନେଇ ଗୋବର୍ଧନ ପୀଠରେ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ।


