ଫର୍ମ-୭ର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଏତଲା

ଧାମନଗର(ଓ୍ବାଇଏନଏସ): ଧାମନଗରରେ ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ବାଦ୍‌ ଦେବା ଓ ଫର୍ମ-୭ର ଷଡ଼ଯନ୍ତ୍ର କରିଥିବା ଘଟଣା ଏବେ ସାମନାକୁ ଆସିଛି। ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା (ଏ.ଆର.ଓ ) ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଏତଲା: ଅଭିଯୋଗ କରାଯାଇଛି ଯେ ସୁପର ଭାଇଜରଙ୍କ ମାଧ୍ୟମରେ ଆମକୁ ସନ୍ଧ୍ୟା ୭ଟାରେ ଅଫିସକୁ ଆସି ଫର୍ମ-୭ରେ କାର୍ଯ୍ୟ କରିବା ପାଇଁ ବି.ଏଲ୍‌.ଓଙ୍କୁ ଚାପ ପ୍ରୟୋଗ ହେଉଥିବା ସଂଙ୍ଗୀନ ଅଭିଯୋଗ ଏବେ ଥାନାରେ ପହଞ୍ଚିଛି। ଏନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଅଧିକାରୀ ଶୁଭ୍ରଜିତ ଦାଶଙ୍କୁ ବି.ଏଲ୍.ଓ ସେମାନେ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏହି ଲିଖିତ ଅଭିଯୋଗ କରିଥିବା (ବି.ଏଲ୍.ଓ)ମାନଙ୍କ ମଧ୍ୟରେ ରହିଛନ୍ତି ବୁଥ୍ ନଂ ୧୬୪ର ଜୟନ୍ତୀ ଜେନା,୧୬୫ର ମମିତା ମହାପାତ୍ର,୧୭୧ର ଝରଣା ଜେନା,୧୬୬ର ମଞ୍ଜୁଲତା ସେଠୀ,୧୭୩ର ଜୁଗୁନୁ ବେଗମ, ୧୫୩ର ନିରୂପମା ତ୍ରିପାଠୀ,୧୫୧ର ଏସ୍‌.କେ କୁତୁବୁଦ୍ଦିନ ଆହମ୍ମଦ,୧୫୫ର ବେଞ୍ଜାଲତା ମାଝୀ,୧୬୯ର କମଳା ସେଠୀ,୧୬୮ର ବବିତା ମଲ୍ଲିକ ପ୍ରମୁଖ ଥାନାରେ ପହଞ୍ଚି ସଂଙ୍ଗୀନ ଅଭିଯୋଗ କରିଛନ୍ତି।ଅଭିଯୋଗରେ ଦର୍ଶାଯାଇଛି ଯେ ଧାମନଗର ଇ.ଓ. ତଥା (ଏ.ଆର.ଓ )ସନ୍ତୋଷ କୁମାର ନାୟକଙ୍କ ବିରୋଧରେ (ବି.ଏଲ୍.ଓ)ମାନଙ୍କ ଉପରେ ଚାପ ପକାଇବା ଏବଂ ଭୋଟରଙ୍କ ଓଟିପି ବ୍ୟବହାର କରି ଫର୍ମ-୭ର ଷଡ଼ଯନ୍ତ୍ର ମାଧ୍ୟମରେ ଭୋଟର ତାଲିକାରୁ ନାମ ବାଦ୍‌ ଦେବାକୁ ଉଦ୍ୟମ ହୋଇଥିବା ଭଳି ଗୁରୁତର ଅଭିଯୋଗ କରାଯାଇଛି।(ବି.ଏଲ୍.ଓ)ମାନଙ୍କ ଅଭିଯୋଗ ଅନୁଯାୟୀ,ନିୟମାନୁସାରେ ଫର୍ମ-୭ ସମ୍ପର୍କିତ ଆବେଦନଗୁଡ଼ିକର ଫିଲ୍ଡ ଭେରିଫିକେସନ୍ କରିବା ଆବଶ୍ୟକ ବୋଲି ସେମାନେ ଆଇଆଇସିଙ୍କ ନିକଟରେ ମତ ରଖିଥିଲେ। ତେବେ ଏହାକୁ ନେଇ କେତେକ ବି ଏଲ ଓ ଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସହ ଚାକିରିଗତ କାର୍ଯ୍ୟାନୁଷ୍ଠାନର ଧମକ ଓ ଭୟଭୀତ ଦେଖାଇ ଚାପ ପକାଯାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ସେହିପରି ଏନ ଏ ସି ର କେତେକ କର୍ମଚାରୀଙ୍କୁ ସୁପରଭାଇଜର ଭାବେ ବ୍ୟବହାର କରାଯାଇ ବି ଏଲ୍ ଓ ମାନଙ୍କ ଉପରେ ଚାପ ପକାଯାଉଥିବା ନେଇ ମଧ୍ୟ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଡିଜିଟାଲ୍‌ ଫୋରେନ୍ସିକ୍‌, ଓଟିପି ଲଗ୍‌,ୟୁଜର ଆଇଡି,ଆଇପି ଆଡ୍ରେସ୍‌ ଓ ଆବେଦନ ପାଇଁ ବ୍ୟବହୃତ ଡିଭାଇସ୍‌ର ଯାଞ୍ଚ କରାଯିବାକୁ ବି ଏଲ୍ ଓ ମାନେ ଥାନା ଅଧିକାରୀଙ୍କୁ ଦାବି କରିଛନ୍ତି। ତଦନ୍ତ କରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରତିଶ୍ରୁତି ଦେଇଛନ୍ତି। ଏଠି ପ୍ରଶ୍ନ ଉଠେ ଯେ ସବୁଠୁ ବଡ଼ କଥା ହେଲା ଏତେ ଚାପ ପ୍ରୟୋଗ କରାଯାଉଛି ହେଲେ ଆମେ ଚାକିରୀ ଛାଡ଼ି ଦେବୁ କିନ୍ତୁ ଏତେ ବଡ଼ ତଥା ଗଣତନ୍ତ୍ରକୁ ବାଧା କରିବୁନି କହିବା ସହ ଅଧିକାରୀ ଏବଂ ସୁପର ଭାଇଜର ଆମକୁ ବାଧ୍ୟ କରୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ବି ଏଲ୍ ଓ ମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଖବର ଲେଖିବା ପର୍ଯ୍ୟନ୍ତ ଏ ସମ୍ପର୍କରେ ଏନ ଏ ସି ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସହ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଗ୍ରହଣ କରିନଥିଲେ। ଏସ.ଆଇ.ଆର ଅନିୟମିତତାକୁ ନେଇ ଭରତର ୨୩ ଗୋଟି ବିରୋଧୀ ଦଳ ଏବଂ ସ୍ୱାଧୀନ ସାଂସଦ ମିଳିତ ଭାବରେ ଭୋଟ୍ ଜାଲିଆତି, ନିର୍ବାଚନ ଜାଲିଆତି,ନିର୍ବାଚନ ପ୍ୟାନେଲର ଭୂମିକା ଏବଂ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ପ୍ରଧାନ ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ଜଣାଯାଇଛି ବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ