ଶ୍ରୀ ବିଷ୍ଣୁ ସହସ୍ରନାମ ପଠନ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳନ ଅବସରରେ ଚିନ୍ମୟ ମିଶନ୍‍ ଆସିକା ଶାଖା ପକ୍ଷରୁ ଶୁକ୍ରବାର ଶ୍ରୀବିଷ୍ଣୁ ସହସ୍ରନାମ ଅର୍ଚ୍ଚନ ତଥା ପଠନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ମଧ୍ୟରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହିି କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ୍‍ ଆସିକା ଶାଖାର ସଂପାଦକ ତଥା ବରିଷ୍ଠ ଆଧ୍ୟାତ୍ମିକ ନିରଞ୍ଜନ ମହାନ୍ତି ଯୋଗଦେଇ ଜ୍ଞାନର ଆଲୋକରେ ମାନବ ଜୀବନର ପରିବର୍ତ୍ତନ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିବା ସାଙ୍ଗକୁ ମାନସିକ ଶାନ୍ତି ଏବଂ ସମୃଦ୍ଧି ଓ ଆଧ୍ୟାତ୍ମିକ ମୁକ୍ତି ପାଇଁ ସବୁବେଳେ ଶ୍ରୀ ବିଷ୍ଣୁ ସହସ୍ରନାମ ପଠନ କରିବାକୁ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପରାମର୍ଶ ଦେବା ସାଙ୍ଗକୁ ସଂସାରର ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇ ଭଗବାନଙ୍କ ଚରଣରେ ସ୍ଥାନ ପାଇବା, ଭଗବାନ ବିଷ୍ଣୁଙ୍କ ପ୍ରତି ଅନ୍ତରରେ ଗଭୀର ନିଷ୍ଠା ଏବଂ ପ୍ରେମ ଓ ଆତ୍ମ ସମର୍ପଣ ଭାବ ସୃଷ୍ଟି କରିବା, ନିୟମିତ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ଜପ କରି ପୂର୍ବ ଜନ୍ମର ଏବଂ ଏହି ଜନ୍ମର ସମସ୍ତ ଜାଣତ କିମ୍ବା ଅଜାଣତରେ କରିଥିବା ପାପକୁ କ୍ଷୟ କରି ମୁକ୍ତି ପାଇବା, ବିଷ୍ଣୁ ସହସ୍ରନାମ ସ୍ତୋତ୍ରକୁ ଅର୍ଚ୍ଚନା ବା ପୂଜା ମାଧ୍ୟମରେ ପାଠ କରି ମନୁଷ୍ୟ ଜୀବନର ୪ଟି ମୁଖ୍ୟ ପୁରୁଷାର୍ଥ ଧର୍ମ, ଅର୍ଥ, କାମ ଓ ମୋକ୍ଷପ୍ରାପ୍ତି ହେବା, ମାନସିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବା, ସୁଖ ଓ ସମୃଦ୍ଧି ବୃଦ୍ଧି କରିବା, ନକରାତ୍ମକ ଶକ୍ତିରୁ ରକ୍ଷା ପାଇବା ଏବଂ ଗ୍ରହଦୋଷ ଖଣ୍ଡନ କରିବା ଓ ସମସ୍ତ ପ୍ରକାର ରୋଗ ଓ ବ୍ୟାଧିରୁ ମୁକ୍ତି ପାଇ ଶାରୀରିକ ସୁସ୍ଥତା ରକ୍ଷା କରିବା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଚିନ୍ମୟ ମିଶନ୍‍ ଆସିକା ଶାଖାର ସଂପାଦକ ତଥା ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ମହାନ୍ତିଙ୍କ ପ୍ରଚେଷ୍ଟାରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳନ ଅବସରରେ ଅନୁଷ୍ଠିତ ଶ୍ରୀ ବିଷ୍ଣୁ ସହସ୍ରନାମ ଅର୍ଚ୍ଚନା ଓ ପଠନ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ଏ.ଲକ୍ଷ୍ମୀ ନାରାୟଣ ଗୁପ୍ତା, ବୃନ୍ଦାବନ ବେହେରା, ସିଦ୍ଧେଶ୍ୱର ପାଣିଗ୍ରାହୀ, ଶତୃଘ୍ନ ଗୌଡ, ରଂଜିତ୍‍ ପଟ୍ଟନାୟକ, ଇ.ଭେଙ୍କେଟ ରମଣ ପାତ୍ର, ବିମ୍ବାଧର ପାତ୍ର, ଏ.ରାମ ପ୍ରସାଦ ପୃଷ୍ଟି, ପାଣ ଗୌଡ, ସୁକାନ୍ତ ସାହୁ, ବିଷ୍ଣୁପ୍ରିୟା ଦେବୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ