ସାମ୍ବାଦିକ ମାତୃ ବିୟୋଗ
କୋଣାର୍କ (ଓ୍ବାଇଏନଏସ): କୋଣାର୍କ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ବିଚିତ୍ର ଓଝାଙ୍କ ମାଆ ସେବତୀ ଓଝାଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ସ୍ବର୍ଗତ ସେବତୀ ଓଝା ଜଣେ ଧର୍ମପରାୟଣା, ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ମହିଳା ଭାବେ ସମଗ୍ର କୋଣାର୍କ ତଥା ଆଖପାଖ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ। ଗତ କିଛି ଦିନ ଧରି ଶାରୀରିକ ଅସୁସ୍ଥତା କାରଣରୁ କୋଣାର୍କ ସ୍ଥିତ ବାସଭବନରେ ଅବସ୍ଥାନ କରି ଆସୁଥିଲେ। ରବିବାର ଭୋର ସମୟରେ ସ୍ବର୍ଗତ ସେବତୀ ଓଝାଙ୍କ ଦେହାନ୍ତ ହୋଇଥିଲା ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ ତଥା ସାମ୍ବାଦିକ ବିଚିତ୍ର ଓଝା, ସାନପୁଅ ଅଶୋକ କୁମାର ଓଝା, ବଡ ଝିଅ କବିତା ଓଝା, ଛବିତା ଓଝା ଜ୍ବାଇଁ ନିରଞ୍ଜନ ସାନଝିଅ ରଶ୍ମିତା ଓଝା ସମେତ ନାତିନାତୁଣୀ ଓ ବନ୍ଧୁ ପ୍ରିୟ ଜନ ମାନେ ଉପସ୍ଥିତ ଥିଲେ। ସ୍ବର୍ଗତ ଧର୍ମପରାୟଣ ମହିଳା ସେବତୀ ଓଝାଙ୍କ ମୃତ୍ୟୁ ଖବର ପାଇ କୋଣାର୍କ ଏନଏସି ପୂର୍ବତନ କାଉନସିଲର ପ୍ରତାପ ଗୋଛାୟତ, ରଞ୍ଜିତ କୁମାର ରାଉତରାୟ, ପୂର୍ବତନ କୋଣାର୍କ ବିଜେପି ମଣ୍ଡଳ ସଭାପତି ସୁରେନ କୁମାର ପାଲ, କାଉନସିଲର ସମୟ ରଂଜନ ସାହୁ, କୋଣାର୍କ ଏନଏସି ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ଓଡିଶା ନିର୍ମାଣ ମଜଦୁର ସଂଘ ପୁରୀ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ବିଶ୍ବାଳ ବରିଷ୍ଠ ସାମ୍ବାଦିକ ସଂଜୟ ପତି, ଅବନୀ ଭୂଷଣ ବାରିକ, ଧନଞ୍ଜୟ ବେହେରା, ମାନସ ରଞ୍ଜନ ପାତ୍ର, ମନୋରଞ୍ଜନ ପଣ୍ଡା , ଓ ଜ୍ଞାନ ରଂଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତା ସେବତୀ ଓଝାଙ୍କ ମୃତ୍ୟୁରେ ବରିଷ୍ଠ ବିଜେପି ନେତା ଗୌରୀ ଶଙ୍କର ଦାଶ, ଅଟଳ ନିର୍ମାଣ ଶ୍ରମିକ ମହାସଂଘର ପୁରୀ ଜିଲ୍ଲା କାର୍ଯ୍ଯକାରି ସଭାପତି ଅଶ୍ବିନୀ ନନ୍ଦ, ସାଧାରଣ ସମ୍ପାଦକ ମହେଶ୍ବର ମୁଦୁଲି ସମେତ କୋଣାର୍କ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ଓ ଗୋପ ବ୍ଳକ ବିଶ୍ବ କର୍ମା ସମିତି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ ପୂର୍ବକ ସମବେଦନା ଜ୍ଞାପନ କରିଛନ୍ତି। ସ୍ବର୍ଗତ ସେବତୀ ଓଝାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ନିଜ ଗ୍ରାମ ମାଙ୍କରଗୋରଡି ଗ୍ରାମ୍ୟ ଶ୍ମଶାନ ଠାରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ବଡପୁଅ ତଥା ସାମ୍ବାଦିକ ବିଚିତ୍ର ଓଝା ମୁଖାଗ୍ନି ଦେଇଥିଲେ।


