ସୁଭଦ୍ରା ଶକ୍ତି କାଫେ ଓ ଅଶୋକ ସ୍ତମ୍ଭ ପ୍ରତିକୃତି ଉଦଘାଟିତ

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁରରେ ମଙ୍ଗଳବାର ଏକ ‘ସୁଭଦ୍ରା ଶକ୍ତି କାଫେ’ ଓ ଅଶୋକ ସ୍ତମ୍ଭର ପ୍ରତିକୃତି ଉଦଘାଟିତ ହୋଇଛି। ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ସୁଭଦ୍ରା ଶକ୍ତି କାଫେକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଓ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ରିବନ କାଟି ଉଦଘାଟନ କରିଥିଲେ। ଏହି ଅବସର ରେ ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ପୌରପରିଷଦ ର ଇଓ ପ୍ରସନ୍ନ କୁମାର ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟ ଲକ୍ଷ୍ମୀ ବେହେରା, ମିଶନ ଶକ୍ତି ର ଜିଲ୍ଲା ସଂଯୋଜକ ଜୟ କୃଷ୍ଣ ମହାପାତ୍ର ଓ ଓଡିଶା ଜୀବିକା ମିଶନ ର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରଥ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ସେହିପରି ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ନିର୍ମିତ ଅଶୋକ ସ୍ତମ୍ଭର ପ୍ରତିକୃତି ମଧ୍ୟ ଉଦଘାଟନ କରାଯାଇଛି। ଏହି ଅବସରରେ ସୁଭଦ୍ରା ଶକ୍ତି କାଫେ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କ ପାଇଁ ଉପଯୋଗୀ ହେବ ବୋଲି ଜିଲ୍ଲାପାଳ କହିଥିଲେ। ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ସହ ଲୋକଙ୍କୁ ସୁବିଧାଜନକ ଭାବେ ଖାଦ୍ୟ ଓ ପାନୀୟ ଉପଲବ୍ଧ କରାଇବାରେ ଏହି କାଫେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ