ନାଉଗାଁ ଥାନାରେ ନାହାନ୍ତି ମହିଳା ପୋଲିସ ଅଫିସର: ମହିଳା ଅଧିକାରୀ ନିଯୁକ୍ତି ଦାବି

ନାଉଗାଁ ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ ଦୀର୍ଘଦିନ ଧରି କୌଣସି ମହିଳା ପୋଲିସ ଅଧିକାରୀ ନଥିବା ନେଇ ଏବେ ପ୍ରଶ୍ନ ଉଠିଛି। ନାଉଗାଁ ଥାନାର ପୋଲିସ ଅଧିକାରୀ ସରସ୍ବତୀ ସେଠୀ ଙ୍କର ତିନିମାସ ହେଲାଣି ଅନ୍ୟତ୍ର ବଦଳି ହେବା ପରେ ତାଙ୍କ ସ୍ଥାନରେ ଥାନାକୁ କେହି ମହିଳା ଅଫିସର ଆସି ନାହାନ୍ତି। ଥାନା ରେ ଆଉ କେହି ମହିଳା ପୋଲିସ ଅଧିକାରୀ ନ ଥିବାରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ମହିଳା ମାନେ ନିଜର ଅଭିଯୋଗ ଓ ସମସ୍ୟା ଖୋଲାଖୋଲି ଭାବେ ଜଣାଇବା ରେ ଅସୁବିଧା ଅନୁଭବ କରୁଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ନାଉଗାଁ ଥାନା ଅଧିନରେ ୧୬ଟି ପଂଚାୟତ ରହିଛି। ଏହି ସବୁ ପଂଚାୟତ ରୁ ଅଧିକାଂଶ ମହିଳା ସମ୍ପର୍କିତ ଅଭିଯୋଗ, ପାରିବାରିକ ବିବାଦ, ନିର୍ଯାତନା ସହ ବିଭିନ୍ନ ସମ୍ବେଦନଶୀଳ ଘଟଣା ଥାନାକୁ ଆସୁଛି। ଏହି ଥାନାରେ ଗତ ୩ ମାସ ତଳେ ଜଣେ ମହିଳା ଅଧିକାରୀ କାର୍ଯ୍ୟ କରୁଥିଲେ । ଯାହାଫଳ ରେ ମହିଳା ମାନେ ନିଜର ଅଭିଯୋଗ କୁ ଉପସ୍ଥାପନା କରିପାରୁ ଥିଲେ । ହେଲେ ଥାନାରେ ମହିଳା ଅଧିକାରୀ ନଥିବା ହେତୁ ମହିଳା ମାନେ ଅଭିଯୋଗ ଆଣି ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେଣୁ ମହିଳା ଙ୍କ ସମସ୍ୟାକୁ ଅଧିକ ସମ୍ବେଦନ ଶୀଳତାର ସହ ଶୁଣିବା ଏବଂ ଆଇନଗତ ସହାୟତା ଯୋଗାଇବା ପାଇଁ ନାଉଗାଁ ଥାନା ରେ ଜଣେ ମହିଳା ପୋଲିସ ଅଧିକାରୀ କିମ୍ବା ମହିଳା ପୋଲିସ କର୍ମଚାରୀ ଙ୍କୁ ନିୟମିତ ଭାବେ ନିଯୁକ୍ତ କରାଯାଉ ବୋଲି ଜନସାଧାରଣଙ୍କ ମହଲରେ ଦାବି ହେଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ