୧୧ ଦଫା ଦାବି ନେଇ କଂଗ୍ରେସର ଶୋଭାଯାତ୍ରା ଓ ବିକ୍ଷୋଭ
ମୁନିଗୁଡା(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ କଂଗ୍ରେସ ତରଫରୁ ମୁନିଗୁଡାର ବିଭିନ୍ନ ମୌଳିକ ସମସ୍ୟା ଓ ଦାବି ଗୁଡିକୁ ନେଇ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉଦେଶ୍ୟରେ ୧୧ ଦଫା ଦାବି ନେଇ କଂଗ୍ରେସର ଶୋଭାଯାତ୍ରା ଓ ବିକ୍ଷୋଭ ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ଓ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରାଙ୍କ ମିଳିତ ସଂଯୋଜନା କଂଗ୍ରେସର ଶତାଧିକ ଦଳୀୟ ନେତା କର୍ମୀଙ୍କୁ ନେଇ ସ୍ଥାନୀୟ ମୁନିଖୋଲସ୍ଥିତ କନିକା ପରମେଶ୍ୱରୀ ମନ୍ଦିର ପରିସରରୁ ଶୋଭାଯାତ୍ରାରେ ବାହାରି ସହର ପରୀକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ସାମାନ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧଵ ହିକକା ପହଞ୍ଚି ବିକ୍ଷୋଭରେ ସାମିଲ ହୋଇ ମୁନିଗୁଡାର ମୌଳିକ ସମସ୍ୟା ଓ ଦାବି ଗୁଡିକର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ମୁନିଗୁଡାର ପ୍ରମୁଖ ଦାବି ମୁନିଗୁଡ଼ାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା,ସବ-ଡିଭିଜନ ଘୋଷଣା,ରେଳ ଫାଟକ ଠାରେ ଭୂତଳ ରାସ୍ତା ନିର୍ମାଣ,ଭୂମିହିନ ବସ୍ତି ବାସିନ୍ଦାଙ୍କୁ ଘର ଡିହ ପଟ୍ଟା ଯୋଗାଇଦେ,ବ୍ଲକର ଉନ୍ନୟନ ମୂଳକ କାର୍ଯରେ ଲୋକ ପ୍ରତିନିଧୂକ୍ର ଅଣ ଦେଖା ନକରିବା,ମୁନିଗୁଡା ସହରର ମୁଖ୍ୟ ରାସ୍ତା ଓ ସମସ୍ତ ସାହିକୁ ଆଲୋକିକରଣ ବ୍ୟବସ୍ଥା,ବ୍ଲକର ଚାଷୀ ମାନଙ୍କୁ ସାର ଓ କୀଟନାଶକ ଔଷଧ ଉଚିତ ମୂଲ୍ୟରେ ଯୋଗାଇବା,ବ୍ଳକର ସରକାରୀ ଜମିକୁ ଜବ ଜବର ଦଖଲ ଉଛେଦ,କ୍ଲସ୍ଟର ହାଉସରେ ସର୍ବାଧିକ ଦରମାପ୍ରାପ୍ତ କର୍ମଚାରୀଙ୍କୁ ଉଛେଦ କରି ସ୍ବଳ୍ପ ବେତନ କମଚାରୀଙ୍କୁ ଗୃହ ଯୋଗାଇବା,ମୁନିଗୁଡା ବ୍ଲକ ନିକଟ ଉଠା ଦୋକାନୀଙ୍କୁ ସ୍ଥାୟୀ ଥୋଇଥାନ,କ୍ଷୁଦ୍ର ଜଳ ସେଚନ କେନାଲ ଉପରେ ମଦ ଦୋକାନକୁ ଉଛେଦ ଆଦି ଦାବି ଆଦି ୧୧ ଦଫା ଦାବିପତ୍ରକୁ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ମୁନିଗୁଡା ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଶୋଭାଯାତ୍ରା ଓ ବିକ୍ଷୋଭ ବେଳେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସର ପ୍ରସାଦ ମାହାଙ୍କୁଡ,ଯୁବ ନେତା ବାଦଲ ବେହେରା, ଲାଡି.ଗୌରୀ,ବିରଞ୍ଚି ପଲକିଆ,ପରମାନନ୍ଦ ବୋନଛର,ଅନଙ୍ଗ ନାଗ,ଶିବ ପ୍ରସାଦଙ୍କ ଶତାଧିକ କଂଗ୍ରେସର ଦଳୀୟ ମହିଳା, ପୁରୁଷ ଓ ଯୁବ ନେତା ମାନେ ଉପସ୍ଥିତ ରହିଥିଲେ।


