ଘର ସମ୍ମୁଖରୁ ବାଇକ ଚୋରି : ଥାନାରେ ଏତଲା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାଜ ନଗର ମେଇନ୍ ରୋଡ଼ ରେ ଥିବା ଏ.ମୁନା ଦୋରା ଙ୍କ ଘର ସମ୍ମୁଖ ରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ କୁ ଚୋରି କରି ନେଇଯାଇଥିବା ଜଣାପଡିଛି।  ମଙ୍ଗଳବାର ଅପରାହ୍ନରେ  ମୁନା ଘର ସମ୍ମୁଖରେ ତାଙ୍କ ଲାଲ ରଙ୍ଗର ଆପାଚି ବାଇକ (ନଂ. ଓଡ଼ି୦୭ ଏଏସ -୬୫୧୯) କୁ ରଖି ରୁମ୍ ରେ ଶୋଇଥିଲେ। ସନ୍ଧ୍ୟାରେ ତାଙ୍କ ବାଇକ ଘର ସମ୍ମୁଖରେ ନଥିବା ଦେଖି ସେ ଆଖପାଖ ଇଲାକାରେ ଖୋଜା ଖୋଜି କରିଥିଲେ ମଧ୍ୟ ବାଇକ ର ସନ୍ଧାନ ମିଳିନଥିଲା।ପରେ ସେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲା ପ୍ରକାରେ ଥାନା ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୮୧/୨୬ ବିଏନଏସ ର ଦଫା -୩୦୩(୨) ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ଏଏସଆଇ ଦିଲ୍ଲୀପ ଗୋରଡା ଙ୍କୁ ମାମଲା ର ତଦନ୍ତ ଦାୟିତ୍ୱ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ