ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ
ନାଉଗାଁ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମରେ ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଭାତ ମଞ୍ଜରି କାନୁନଗୋଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଦୁଇ ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ ପାଇଁ ବ୍ୟବସ୍ଥା କରାଯାଇ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଧୁଗୋସ୍ୱାମି ଟ୍ରଷ୍ଟ ଓ ସବୁଜ ବାହିନୀର କ୍ରମକର୍ତ୍ତା ମାନଙ୍କର ମିଳିତ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ହୃଦାନନ୍ଦ ସ୍ୱାଇଁ, ଲଳିତ କୁମାର ରାୟ, କୈଳାଶ ଚନ୍ଦ୍ର ବିଶ୍ୱାଳ, ସର୍ବେଶ୍ୱର ମହାରଣା, ନିର୍ମଳ କୁମାର ସାହୁ, ଦିପ୍ତିମୟ କାନୁନଗୋ, ଦିପ୍ତି ରଞ୍ଚନ ତ୍ରିପାଠୀ, ଜ୍ୟୋର୍ତିମୟ କାନୁନଗୋ, ଶୈଳବାଳା ଖଣ୍ଡାୟତରାୟ, ସୁବୋଧ କୁମାର ରାୟ, ରମେଶ ଚନ୍ଦ୍ର ଖଣ୍ଡାୟତରାୟ, ସନ୍ତୋଷ କୁମାର ରାୟ ପ୍ରମୁଖ ଯୋଗଦାନ କରିଥିଲେ । ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଶ୍ରୀମତୀ ଲବଙ୍ଗଲତା ବିଶୋଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।


