ଗଜପତି ଡିଇଓ ନୂଆଦିଲ୍ଲୀରୁ ଜାତୀୟ ପୁରସ୍କାର ଗ୍ରହଣ କରି ଫେରିବା ପରେ ସମ୍ୱର୍ଦ୍ଧନା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ଡ଼. ମାୟାଧର ସାହୁ ନୂଆଦିଲ୍ଲୀରୁ ଜାତୀୟ ପୁରସ୍କାର ଗ୍ରହଣ କରି ଫେରିବା ପରେ ପାରଳାଖେମୁଣ୍ଡି ଠାରେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି. ସ୍ଥାନୀୟ ମହେନ୍ଦ୍ରଗିରି (ପୌର)ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତାଙ୍କୁ  ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସମ୍ମାନୀତ କରାଯାଇଛି। ଏହି ଅବସରରେ ଡ.ସାହୁଂକ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଓ୍ୱାଇ. କ୍ରିଷ୍ଣାରାଓ, ବିଇଓ ଗୋଷାଣି ଓ ରାୟଗଡ ଟି.କିଶୋର,ଜିଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ପାଢୀ, ବାପୁଜୀପେଣ୍ଠ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରା ଏବଂ ନାମନଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ଦାଶ ମଂଚାସୀନ ଥିଲେ।ଅତିଥିମାନେ ଡ.ସାହୁଂକର ଗଜପତିରେ ସ୍ୱଳ୍ପ ସମୟରେ ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ। ସୁପର୍ ୩୦ ଓ ପ୍ରୟାସ ପରି ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଦଳଗତ ସହଭାଗିତାରେ ଶିକ୍ଷାର ପ୍ରୁଷ୍ଠଭୂମିକୁ ରାଜ୍ୟସ୍ତରରେ ସର୍ବଶ୍ରେଷ୍ଠ ରଖିବାରେ ତାଂକର ଅବଦାନ ସ୍ମରଣ କରିଥିଲେ।ତାଂକର ଭୂମିକା ସମ୍ୱନ୍ଧୀୟ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା।ସମ୍ୱର୍ଦ୍ଧନାର ପ୍ରତ୍ୟୁତ୍ତରରେ ଡ.ସାହୁ ଏହି ଉପାନ୍ତ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସେ ନେଇଥିବା ରଣନିତି ସମସ୍ତଂକ ସହଭାଗିତାରେ ଉତ୍କ୍ରୁଷ୍ଟ ହୋଇପାରିଥିଲା।ଯାହାଫଳରେ ଗତ ଦୁଇ ଶିକ୍ଷାବର୍ଷରେ ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ରଖି ପାରିଥିଲା।ପୂର୍ବତନ ଜିଲ୍ଲାପାଳ ଅନୁପମ ସାହାଂକ ଉଦ୍ୟମରେ ଆରମ୍ଭ ହୋଇଥିବା ସୁପର୍ ୩୦ର ଭିତ୍ତିଭୁମିକୁ ସୁଦ୍ରୁଢ କରିବାପାଇଁ ଜିଲ୍ଲାର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଂକର ଉଦ୍ୟମକୁ ପ୍ରଶଂସା କରିଥିଲେ।ଏହିଭଳି ଉଦ୍ୟମଜାରୀ ରଖି ପୁଣି ଆଗାମୀ ଶିକ୍ଷାବର୍ଷରେ ଶ୍ରେଷ୍ଠତ୍ୱ  ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ।ଅନ୍ୟମାନଂକ ମଧ୍ୟରେ ରାୟଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା, ଗୁମ୍ମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ.ରବିକୁମାର, ଆୟୋଜିତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ଯ ଜନଶିକ୍ଷା ଓ ନିରନ୍ତର ଶିକ୍ଷା କେନ୍ଦ୍ର,ରାୟଗଡାର ପୂର୍ବତନ ନିର୍ଦ୍ଦେଶକ ଭାଗବତ ପାଢୀ ନିଜର ମତାମତ ଦେଇଥିଲେ।ଶେଷରେ ଆୟୋଜିତ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ନନ୍ଦ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଲତା ଶୁଭଦର୍ଶନୀ ସଂଯୋଜନା କରିଥିଲେ। ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଜିଲ୍ଲା ଶିକ୍ଷା ବିଭାଗର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ