ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାରେ ଖୋଲିବ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ସମଗ୍ର ଶିକ୍ଷା ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ମାଧ୍ୟମିକ ବିଦ୍ୟାଳୟ (ଉଚ୍ଚ ବିଦ୍ୟାଳୟ) କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନିତ କରାଯାଇଥିବା ବେଳେ ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲିବା ସକାଶେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଲା ପରେ ବିଭିନ୍ନ ମହଲରୁ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଆସିକା ବିଧାୟକ ସରୋଜ କୁମାର ପାଢୀ ବ୍ଳକ୍ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ପଞ୍ଚାୟତର ରାଇପଲ୍ଲୀ ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବା ସମୟରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ପରାମର୍ଶକ୍ରମେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ନିକଟରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଥିଲା । ବିଧାୟକ ସରୋଜ କୁମାର ପାଢୀଙ୍କୁ ଶୁଭେଚ୍ଛା ଜଣାଇବା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ଇଶ୍ୱରୀ ମହାପାତ୍ର, ରୁଦ୍ର ପ୍ରସାଦ ସେଠୀ, ସୁନିଲ୍ ସେଠୀ, ସୁନିତା ପରିଚ୍ଛା, ମନ୍ଦିକାନୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା, ଅନ୍ନପୂର୍ଣ୍ଣା ଭୋଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିିତ ଥିବା ଦେଖିବାକୁ ମିଳିଥିଲା । ନୂତନ ଭାବେ ଉନ୍ନୀତ ହୋଇଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭୧ ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଏକଦିବସୀୟ ମାର୍ଗଦର୍ଶନ କର୍ମଶାଳା ଭୁବନେଶ୍ୱର ସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକର ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାକୁ ଅପ୍ଗ୍ରେଡ୍ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିବା ଯୋଗୁଁ ଏଥି ସକାଶେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ଗତ କିଛି ଦିନ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭୧ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୪୦ କୋଟି ୭୩ ଲକ୍ଷ ୮୦ ଟଙ୍କା ଅଣଆବର୍ତ୍ତକ ବ୍ୟୟ ମଂଜୁର ହୋଇଥିବା ବେଳେ ସେଥି ମଧ୍ୟରୁ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟକୁ ୧ କୋଟି ୮୬ ଲକ୍ଷ ୫୩ ହଜାର ଟଙ୍କା ଅନୁଦାନ ମଂଜୁର କରାଯାଇଥିଲା । ଚଳିତ ବର୍ଷ ଅର୍ଥାତ୍ ୨୦୨୬-୨୭ ଆର୍ଥିକ ବର୍ଷରେ ବିନିଯୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ନୂତନ ଭାବେ ଖୋଲିବାକୁ ଥିବା ଯୁକ୍ତ ଦୁଇ ଶ୍ରେଣୀରେ କଳା ପାଠ୍ୟକ୍ରମ ଖୋଲିବାକୁ ଥିବା ବେଳେ ଗ୍ରାମାଞ୍ଚଳର ବିଦ୍ୟାର୍ଥୀମାନେ ଆଉ ଦୂରଦୂରାନ୍ତକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ନଯାଇ ନିଜ ଅଞ୍ଚଳରେ ପଢିବାର ସୁଯୋଗ ପାଇବେ ବୋଲି ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟକୁ ଉନ୍ନିତ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ ସାଙ୍ଗକୁ ଯୁକ୍ତ ଦୁଇ ବିଷୟରେ କଳା ପାଠ୍ୟକ୍ରମ ଖୋଲିବା ଲାଗି ସରକାର ନେଇଥିବା ନିଷ୍ପତ୍ତିକୁୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି ।


