ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ଉଦ୍ଘାଟିତ
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକାରେ ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଘାଟିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ବହୁବିଧ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବା ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଗତ ୨୦୦୩ ମସିହାରେ ଆସିକା ଅଞ୍ଚଳର ଉତ୍ସାହୀ ଯୁବପିଢୀ ଓ ସଚେତନ ନାଗରିକଙ୍କୁ ନେଇ ଗଠିତ ହୋଇଥିବା ଆସିକା ସୁଗର୍ ଟାଉନ୍ ଜେସିସ୍ର ୨୪ତମ ସପ୍ତାହ ପାଳନ ଅବସରରେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ପ୍ଳାଷ୍ଟିକ ବର୍ଜନ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ସାଙ୍ଗକୁ ପାଣି ପିଇବା ପାଇଁ ଷ୍ଟିଲ୍ ବୋତଲ୍ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସୁଗର୍ ଟାଉନ୍ ଜେସିସ୍ର ପ୍ରତିଷ୍ଠାତା ସଭାପତି ଜେସି ଅନିଲ୍ କୁମାର ପୃଷ୍ଟି, ସଭାପତି ଜେସି ଜଗନ୍ନାଥ ପଢିଆରୀ ଓ ସଂପାଦକ ଜେସି କାର୍ତ୍ତିକ ପାତ୍ର, ଜେସିିସ ସପ୍ତାହ ପାଳନ କମିଟିର ପ୍ରକଳ୍ପ ନିର୍ଦ୍ଦେଶକ ଜେସି ପ୍ରତୀକ୍ ଆଚାରୀ, ପୂର୍ବତନ ସଭାପତି ଜେସି ଡି.ବଦ୍ରିନାଥ ପାତ୍ର, ଜେସି ଏସ୍.ସତ୍ୟନାରାୟଣ ପାତ୍ର, ଜେସିି କେ.ସତ୍ୟନାରାୟଣ ଆଚାରୀ, ଜେସି ଡି.ଆଶିଷ୍ କୁମାର ପାତ୍ର, ଜେସି ସିଏଚ୍.ସନ୍ତୋଷ କୁମାର ପାତ୍ର, ଜେସିି. ପିି.ଶୁଭନ୍ ପାତ୍ର ପ୍ରମୁଖ ଏହିି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ସୁଗର୍ ଟାଉନ୍ ଜେସିସ୍ ବର୍ଷତମାମ୍ ବିଭିନ୍ନ ସମୟରେ ଜାରି ରଖିଥିବା ସମାଜସେବା ମନୋବୃତ୍ତିକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।


