ହରିହର ହାଇସ୍କୁଲରେ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ଶନିବାର ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ରେଡକ୍ରସ୍‍ ସୋସାଇଟି ଓଡିଶା ରାଜ୍ୟ ଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଶିକ୍ଷାନୁଷ୍ଠାନର ଜୁନିୟର୍‍ ରେଡକ୍ରସର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରଜନୀରାଣୀ ଦାଶ ଓ ଯୁବ ରେଡକ୍ରସର ସଂଯୋଜକ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଦୁର୍ଘଟଣା, ରକ୍ତସ୍ରାବ, ବିଦ୍ୟୁତ ଆଘାତ, ସର୍ପଦଂଶନ ସମେତ ଅନ୍ୟାନ୍ୟ ଦୁର୍ବିପାକ ତଥା ବିପଦ ସମୟରେ କିପରି ପ୍ରାଥମିକ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇପାରିବ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ଜଳବାୟୁ ପରିବର୍ତ୍ତନ ସମୟରେ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଉପଯୋଗିତା ଉପରେ ଆଲୋକପାତ କରି ବିଭିନ୍ନ ଅପ୍ରତ୍ୟାଶିତ ପରିସ୍ଥିତିରେ ଯନ୍ତ୍ରଣା ସହ ସଂଗ୍ରାମ କରୁଥିବା ବ୍ୟକ୍ତିମାନଙ୍କୁ ଜୁନିୟର୍‍ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଜାତି, ଧର୍ମ, ବର୍ଣ୍ଣ, ଶତ୍ରୁ, ମିତ୍ର ଭେଦଭାବ ନରଖି ନିଃସ୍ୱାର୍ଥପର ଭାବେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇ ସ୍ୱେଚ୍ଛାସେବୀମାନେ ପ୍ରାଥମିକ ଚିକିତ୍ସା ସହାୟତା ଭଳି ମହତ୍‍ କାର୍ଯ୍ୟରେ ସଦାସର୍ବଦା ନିୟୋଜିତ ରହି ଆହତମାନଙ୍କୁ ତ୍ୱରିତ୍‍ ସେବା ଯୋଗାଇବାକୁ ମାର୍ଗଦର୍ଶନ ଦେବା ସହ ଜରୁରୀକାଳୀନ ପରିସ୍ଥିତିରେ ଆହତଙ୍କ ଜୀବନରକ୍ଷା କରିବା, ଡାକ୍ତର କିମ୍ବା ଆମ୍ବୁଲାନ୍ସ ଆସିବା ପୂର୍ବରୁୁ ଆହତ ବ୍ୟକ୍ତିଙ୍କ କ୍ଷତ ବା ଅସୁସ୍ଥତା ଯେପରି ଅଧିକ ଖରାପ ନହୁଏ ସେଥିପ୍ରତି ଧ୍ୟାନ ଦେବା, ପ୍ରାରମ୍ଭିକ ଚିକିତ୍ସା କରି ପିଡୀତଙ୍କୁ ଶୀଘ୍ର ସୁସ୍ଥ ହେବାରେ ସହଯୋଗ କରିବା, ଖେଳପଡିଆ କିମ୍ବା ଶ୍ରେଣୀଗୃହରେ ପଡି ଆହତ ହେଲେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଦେବା, ଦୁର୍ଘଟଣା ସମୟରେ ପିଲାମାନେ ଯେପରି ଭୟଭୀତ ନହୋଇ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବେ ସେଥିପାଇଁ ଆତ୍ମିବିଶ୍ୱାସ ସୃଷ୍ଟି କରିବା, ରକ୍ତସ୍ରାବ ବନ୍ଦ କରିବା ପାଇଁ ପିଡିତଙ୍କ ଶରୀରେ ବ୍ୟାଣ୍ଡେଜ୍‍ ବାନ୍ଧିବା, ଦାୟିତ୍ୱବାନ୍‍ ନାଗରିକ ହିସାବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୋପକାର ଗୁଣ ଓ ସମାଜ ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ଜାଗ୍ରତ କରିବା, ପ୍ରାଥମିକ ଚିକିତ୍ସା ବକ୍ସକୁ ସଠିକ୍‍ ଓ ସୁରକ୍ଷିତ ବ୍ୟବହାର କରିବା, ପ୍ରାଥମିକ ଚିକିତ୍ସା ବକ୍ସରେ କେଉଁ ସାମଗ୍ରୀ ନିତାନ୍ତ ରହିବା ଆବଶ୍ୟକ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଶିକ୍ଷାନୁଷ୍ଠାନର ଜୁନିୟର୍‍ ରେଡକ୍ରସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ମମତା କୁମାରୀ ଭଂଜ, ନର୍ମଦା କୁମାରୀ ସ୍ୱାଇଁ, ମନୋରଂଜନ ପଣ୍ଡା, ଅଜିତ୍‍ କୁମାର ରଣା, ଦେବେନ୍‍ ନାୟକ, ଅନିଲ୍‍ ବେହେରା, ଅର୍ଚ୍ଚନା ପାଢୀ, ଜୁଲି ରଥ, ସବିତା କୁମାରୀ ତ୍ରିପାଠୀ, ଗାୟତ୍ରୀ ପାତ୍ର, ଫକୀର ମୋହନ ସ୍ୱାଇଁଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜୁନିୟର୍‍ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ