ଜଗଦଳପୁର ହାଇସ୍କୁଲରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ

ଆସିକା (ୱାଇଏନ୍‍ଏସ୍‍) :ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ହାଇସ୍କୁଲରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଭାରତୀୟ ରେଡକ୍ରସ୍‍ ସୋସାଇଟି ଓଡିଶା ରାଜ୍ୟ ଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଜୁନିୟର ରେଡକ୍ରସ୍‍ର ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ତଥା ଜୁନିୟର୍‍ ରେଡକ୍ରସର ସଂଯୋଜିକା ମନ୍ଦାକିନୀ ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ଅନ୍ନପୂର୍ଣ୍ଣା ଭୋଇ, ଜି.ଆନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ଦୁର୍ଘଟଣା, ରକ୍ତସ୍ରାବ, ବିଦ୍ୟୁତ ଆଘାତ, ସର୍ପଦଂଶନ ସମେତ ଅନ୍ୟାନ୍ୟ ଦୁର୍ବିପାକ ତଥା ବିପଦ ସମୟରେ କିପରି ପ୍ରାଥମିକ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇପାରିବ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ବିଭିନ୍ନ ଅପ୍ରତ୍ୟାଶିତ ପରିସ୍ଥିତିରେ ଯନ୍ତ୍ରଣା ସହ ସଂଗ୍ରାମ କରୁଥିବା ବ୍ୟକ୍ତିମାନଙ୍କୁ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଜାତି, ଧର୍ମ, ବର୍ଣ୍ଣ, ଶତ୍ରୁ, ମିତ୍ର ଭେଦଭାବ ନରଖି ନିଃସ୍ୱାର୍ଥପର ଭାବେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଦେବା, ପ୍ରାଥମିକ ଚିକିତ୍ସା କିପରି କରାଯାଇପାରିବ, ଜରୁରୀକାଳୀନ ସମୟରେ ଆହତ ବା ଅସୁସ୍ଥମାନଙ୍କୁ କିପରି ଡାକ୍ତରଖାନାରେ ସୁରକ୍ଷିତ ଭାବେ ପହଞ୍ଚାଯିବ, ଡାକ୍ତରୀ ସହାୟତା ମିଳିବ ପୂର୍ବରୁ ଜରୁରୀକାଳୀନ ବା ସଂକଟଜନକ ପରିସ୍ଥିତିରେ ଉପସ୍ଥିତ ଥିବା ପ୍ରତ୍ୟେକ୍ଷଦର୍ଶୀ କିଭଳି ଆହତ ରୋଗୀଙ୍କ ଜୀବନ ରକ୍ଷା କରିପାରିବେ ସେ ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇ ସ୍ୱେଚ୍ଛାସେବୀମାନେ ପ୍ରାଥମିକ ଚିକିତ୍ସା ସହାୟତା ଭଳି ମହତ୍‍ କାର୍ଯ୍ୟରେ ସଦାସର୍ବଦା ନିୟୋଜିତ ରହି ଆହତମାନଙ୍କୁ ତ୍ୱରିତ୍‍ ସେବା ଯୋଗାଇବାକୁ ମାର୍ଗଦର୍ଶନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ଜୁନିୟର୍‍ ରେଡକ୍ରସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସ୍ୱେଚ୍ଛାସେବୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ