୩ ଜଣଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସମ୍ମାନ

ହାଟଡିହି,(ଓ୍ବାଇଏନଏସ): ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ୱର୍ଗତ ଶ୍ରୀନିବାସ ଖଣ୍ଡାଇଙ୍କ ସ୍ମୃତିରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସମ୍ମାନ-୨୦୨୬ ଘୋଷଣା କରାଯାଇଛି। ଶନିବାର ମା’ ତାରିଣୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ବରିଷ୍ଠ ଲେଖକ ଗଣେଶ ପ୍ରସାଦ କରଶର୍ମାଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ସେହିପରି ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ଶ୍ରୀନିବାସ ଖଣ୍ଡାଇ ଶିକ୍ଷା ସମ୍ମାନ ଏବଂ ସମ୍ପାଦନା କ୍ଷେତ୍ରରେ ଅବଦାନ ପାଇଁ ଭଦ୍ରକ ଜିଲ୍ଲାର ଅଭୟ କୁମାର ଦ୍ବିବେଦୀଙ୍କୁ ଶ୍ରୀନିବାସ ଖଣ୍ଡାଇ ସମ୍ପାଦନା ସମ୍ମାନ ପ୍ରଦାନ କରାଯିବ। ଏଥିସହ ହାଟଡିହି ବ୍ଲକର ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଏବଂ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ହାଟଡିହି ସାହିତ୍ୟ ଘରର ଦଶମ ବାର୍ଷିକ ସାରସ୍ୱତ ସମାରୋହ ଅବସରରେ ଏହି ସମସ୍ତ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ