ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ଆଞ୍ଚଳିକ ସମ୍ମିଳନୀ

ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ନ୍ୟୁ ପୋଲିସଲାଇନସ୍ଥିତ ଶ୍ରୀଗଣେଶ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ଆଞ୍ଚଳିକ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ଆଇନଜୀବୀ ପଦ୍ମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଅତିଥି ଭାବେ ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ, ସନ୍ତୋଷ କୁମାର ସାହୁ, ଶିବ ପ୍ରସାଦ ସାହୁ, ଏମ. ମୋହନ ରେଡ୍ଡୀ ଓ ସମାଜର ଜିଲ୍ଲା ଉପସଭାପତି ଲୋକନାଥ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟ-ସଦସ୍ୟା ଯୋଗଦେଇଥିଲେ। ସମ୍ମିଳନୀରେ ସମାଜର ସାଙ୍ଗଠନିକ ଉନ୍ନତି ସହ ନାରୀ ଶିକ୍ଷାର ପ୍ରସାର, ବାଲ୍ୟବିବାହ ରୋକିବା, ଯୌତୁକ ଦାବି ନ କରିବା, ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନେଇ ଆଲୋଚନା ହୋଇଥିଲା। କେ. ବରିଡା ମୁଠାର ସମସ୍ତ ସଦସ୍ୟ-ସଦସ୍ୟା ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାବେ ଭାଗ ନେଇଥିଲେ। ଆଗାମୀ ଦିନରେ ସମାଜର ନାରୀ ସଂଗଠନ ଗଠନ କରାଯିବା ନେଇ ରାଜ୍ୟ ସଭାନେତ୍ରୀ ଗୋଲାପ କୁମାରୀ ସାହୁ ସୂଚନା ଦେବା ସହ ସମସ୍ତ ସଦସ୍ୟ-ସଦସ୍ୟାଙ୍କ ସହଯୋଗ କାମନା କରିଥିଲେ। ତାଙ୍କ ସାଙ୍ଗଠନିକ ଦକ୍ଷତା ଓ ସମାଜସେବା ପାଇଁ ଉପସ୍ଥିତ ସଦସ୍ୟମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ଛତ୍ରପୁର ର ନବନିର୍ବାଚିତ ସଭାପତି ପଦ୍ମ ଚରଣ ସାହୁ, ଉପସଭାପତି ଅସିତ କୁମାର ବେହେରା, ସମ୍ପାଦକ ତ୍ରିନାଥ ସାହୁ, କୋଷାଧ୍ୟକ୍ଷ ଜଗନ୍ନାଥ ସାହୁ, ସହସମ୍ପାଦକ ପ୍ରଦୀପ କୁମାର ପାତ୍ର, ସାଙ୍ଗଠନିକ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ, କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଦସ୍ୟ ରଂଜିତ କୁମାର ସାସମଲ, ପ୍ରଭାକର ସାସମଲ, ଲକ୍ଷ୍ମଣ ସାସମଲ, ନାରାୟଣ ସାହୁ, ନଟବର ସାହୁ ଓ ସୁବାଷ ଚନ୍ଦ୍ର ସାହୁଙ୍କ ସମେତ ବହୁ ସଦସ୍ୟ-ସଦସ୍ୟା ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ତ୍ରିନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ