ପକ୍କା ରାସ୍ତା ଓ ଡ୍ରେନ୍ ଦାବି: ୧୭ରୁ ମୁନିଗୁଡ଼ାରେ ରାଜରାସ୍ତା ଅବରୋଧ ଚେତାବନୀ

​ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ସଦର ମହକୁମା ରେ ଥିବା ଖଣ୍ଡିଆ ସାହିରେ ପକ୍କା ରାସ୍ତା ଓ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ଆସନ୍ତା ୧୭ ତାରିଖ ଗୁରୁବାର ଦିନ ଖଣ୍ଡିଆ ସାହି ନିକଟ ମୁଖ୍ୟ ରାଜରାସ୍ତା ଅବରୋଧ କରିବାକୁ ସାହିବାସୀ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁନିଗୁଡ଼ା ଥାନା ଅଧିକାରୀଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ ପୂର୍ବ ସୂଚନା ଦିଆଯାଇଛି। ​ଅଭିଯୋଗ ଅନୁଯାୟୀ, ଖଣ୍ଡିଆ ସାହିକୁ ଯିବା ପାଇଁ ପକ୍କା ରାସ୍ତା କିମ୍ବା ଡ୍ରେନ୍ ନ ଥିବାରୁ ମୁନିଗୁଡ଼ା ସହରର ସମସ୍ତ ନର୍ଦ୍ଦମା ପାଣି ଏହି ସାହି ଭିତରକୁ ପ୍ରବେଶ କରୁଛି। ଫଳରେ ସାହିର ମାଟି ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ କାଦୁଅମୟ ପରିବେଶ ସୃଷ୍ଟି ହୋଇଛି। ଏଠାରେ ବସବାସ କରୁଥିବା ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକ ଦୁର୍ବିସହ ଜୀବନ ବିତାଉଥିବା ବେଳେ ଦୂଷିତ ପାଣି ଜମି ରହିବା କାରଣରୁ ଛୋଟ ଛୋଟ ଶିଶୁମାନେ ନାନାଦି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ​ବାରମ୍ବାର ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ନିକଟରେ ଅଭିଯୋଗ ଏବଂ ଅନୁରୋଧ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପ୍ରଶାସନିକ ଉଦାସୀନତା ଓ ଅବହେଳାର ପ୍ରତିବାଦରେ ସାହିବାସୀ ବାଧ୍ୟ ହୋଇ ଆସନ୍ତା ଗୁରୁବାର ଶାନ୍ତିପୂର୍ଣ୍ଣ ଧାରଣା ଓ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ତୁରନ୍ତ ଡ୍ରେନ୍ ଓ ପକ୍କା ରାସ୍ତା ନିର୍ମାଣ କରି ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାକୁ ସାଧୁରାମ ଭୂୟାଁ, ବଳଭଦ୍ର ବେହେରା, ତ୍ରିନାଥ ପାଣିଗ୍ରାହୀ, ବାବୁରାମ, ସୁଜିତ ବେହେରାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ