ଚୋରାମଦ ଜବତ, ୬ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର, ରାଜନଗର ଓ କୁଦାନଗରୀ ଥାନା ଅଧିନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ରାଜନଗର ଗ୍ରାମର ଅରକ୍ଷିତ ସେଠୀ(୨୪)ଙ୍କ ନିକଟରୁ ୧୧୦ ଲିଟର ଚୋରା ବିଦେଶୀ ମଦ, କାଠୁଆଗଣ୍ଡା ଗ୍ରାମର ଲତା ସ୍ୱାଇଁ(୬୦)ଙ୍କ ନିକଟରୁ ୧୫ ଲିଟର ଚୋରା ବିଦେଶୀ ମଦ, କରିଲୋପାଟଣା ଗ୍ରାମର ବିଳାଶ କିଶୋର ଦାସ(୨୭)ଙ୍କ ନିକଟରୁ ୧୯ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ଦାନପୁର ଗ୍ରାମର ନିରଞ୍ଜନ ଜେନା(୬୦)ଙ୍କ ନିକଟରୁ ୨୮ ଲିଟର ଚୋରା ବିଦେଶୀ ମଦ, ବଡନାରାୟଣ ଗ୍ରାମର ବେଣୁଧର ବେହେରା(୩୩)ଙ୍କ ନିକଟରୁ ୩୪ ଲିଟର ଚୋରା ବିଦେଶୀ ମଦ ଏବଂ ତରସା ଗ୍ରାମର ମହେଶ୍ୱର ଦଳାଇ(୩୮)ଙ୍କ ନିକଟରୁ ୧୬ ଲିଟର ଚୋରା ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା। ଉକ୍ତ ଚଢ଼ାଉରେ ସମୁଦାୟ ୨୨୨ ଲିଟର ଚୋରା ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଏସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇ ୬ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଋତୁପ୍ରଭା ସ୍ୱାଇଁ, ରଞ୍ଜନ କୁମାର ପାତ୍ର, ତ୍ରିବେଣୀ ମହନ୍ତଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଭାବେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ