ଏନପିଏସ ଶିକ୍ଷକ ସଂଘର ବୈଠକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଏନ.ପି.ଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ସଂଘର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶଶି ଭୂଷଣ ପୁହାଣ ଙ୍କ ସଭାପତିତ୍ୱ ରେ ଅଣା ମଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରାୟ ପଚାଶରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସର୍ବପ୍ରଥମେ ହାଟଡିହି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳରେ କୌଣସି କାର୍ଯ୍ୟ ପେଣ୍ଡିଙ୍ଗ ରହୁନଥିବା ଏବଂ ଏସ.ଆଇ.ଆର କାର୍ଯ୍ୟ ପରିଚାଳନା ନିମନ୍ତେ ହାଟଡିହି ବ୍ଲକ ଆୱାର୍ଡ ପାଇଥିବା ବେଳେ ସେହି ଏସ.ଆଇ.ଆର କାର୍ଯ୍ୟରେ ଅବହେଳା ପାଇଁ ବିଇଓ ଶ୍ରୀଯୁକ୍ତ ରାଜୀବ ଦଳେଇ ମହୋଦୟଙ୍କ ନିଲମ୍ବନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଏଥିରେ ଲେବୁଲ-ଭି (ଏ ) ରୁ ଲେବୁଲ -ଭି (ବି ) ଏବଂ ଲେବୁଲ -ଭି (ବି ) ରୁ ଲେବୁଲ -ଆଇ ଭି କୁ କିଭଳି ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଲେବୁଲ – ୩ କୁ ନୂତନ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସର୍ଭିସ ବୁକ ଏବଂ ପେ ଫିଟମେଣ୍ଟ ଯଥାଶୀଘ୍ର ଉଲେଖ କରାଯାଇ ଚଳିତ ସେପ୍ଟେମ୍ବର ମାସ ଦରମା କରାଯିବ ତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଅବସର ଗ୍ରହଣ କରିଥିବା ଏବଂ ପଡୋଶୀ ବ୍ଲକ ରୁ ହାଟଡିହି ବ୍ଲକକୁ ବଦଳି ଓ ପଦୋନ୍ନତି ପାଇ ଆସିଥିବା ଏନପିଏସ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଂଘୀୟ ସମ୍ବର୍ଦ୍ଧନା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସର୍ବଶେଷରେ ଏନପିଏସ ଶିକ୍ଷକ ସଂଘକୁ ମଜବୁତ କରି ରଖିବା ନିମନ୍ତେ ସର୍ବସମ୍ମତି କ୍ରମେ ସଂଘର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶଶି ଭୂଷଣ ପୁହାଣଙ୍କୁ ସଂଘର ଆବାହକ ଏବଂ ଅନିରୁଦ୍ଧ ବିଶ୍ଵାଳ, ନଳିନୀ କାନ୍ତ ମହାନ୍ତି, କେଶବ ଚନ୍ଦ୍ର ପାତ୍ର, ପଦ୍ମାବତୀ ଯେନାଙ୍କୁ ସହ-ଆବାହକ ଭାବେ ମନୋନୀତ କରାଯାଇଥିଲା। ଏତଦ ବ୍ୟତୀତ ଅବସର ଗ୍ରହଣ କରିଥିବା ଦୁଇ ବରିଷ୍ଠ ବିନ୍ଧାଣି ରାଜ କିଶୋର ସ୍ୱାଇଁ ଏବଂ ପ୍ରଫୁଲ୍ଲ ମଣ୍ଡଳଙ୍କୁ ସଂଘ ସହ ସବୁଦିନ ପାଇଁ ଯୋଡି ରଖିବା ନିମନ୍ତେ ସର୍ବ ସମ୍ମତି କ୍ରମେ ସେମାନଙ୍କୁ ସଂଘର ଉପଦେଷ୍ଠା ଭାବେ ମନୋନୀତ କରାଯାଇଥିଲା।


