ବିଘ୍ନହର୍ତ୍ତାଙ୍କ ଆରାଧନାରେ ଲାଲାଶାସନ ଗ୍ରାମ ଉତ୍ସବମୁଖର

ଆସିକା(ୱାଇଏନ୍‍ଏସ୍‍): ଅଗ୍ରପୂଜ୍ୟ ପ୍ରଭୂ ବିଘ୍ନ ବିନାଶକ ଗଜାନନ ଧରାବତରଣ କରିଛନ୍ତି । ଏହି ଅବସରରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ଉତ୍ସବମୁଖର ହୋଇପଡିଥିଲା ବେଳେ ଓଁ ଗଂ ଗଣପତୟେ ନମଃ, ବକ୍ରତୁଣ୍ଡ ମହାକାୟ ସୂର‌୍ୟ୍ୟକୋଟି ସମପ୍ରଭ, ଗଣାଧିପତୟେ ନମଃ ମନ୍ତ୍ରଧ୍ୱନିରେ ପୂଜାମଣ୍ଡପ ପ୍ରକମ୍ପିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଭାଇଚାରାର ଗ୍ରାମ ରୂପେ ପରିଚିତ ଥିବା ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ଗ୍ରାମରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ବିଘ୍ନହର୍ତ୍ତାଙ୍କ ପୂଜାର୍ଚ୍ଚନା ଏକ ଆଧ୍ୟାମିକମୟ ତଥା ଭକ୍ତିମୟ ପରିବେଶରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଥିବା ଦେଖିବାକୁ ମିଳୁଛି । ଲାଲାଶାସନ ଗ୍ରାମର ଅସ୍ଥାୟୀ ପୂଜାମଣ୍ଡପରେ ପୂଜା ପାଉଥିବା ପାର୍ବତୀନନ୍ଦନ ଅଗ୍ରପୂଜ୍ୟ ବିଘ୍ନବିନାଶକ ପ୍ରଭୂ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଛି । ବିଘ୍ନହର୍ତ୍ତା, ସିଦ୍ଧିଦାତା, ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆଗମନରେ ଲାଲାଶାସନ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ବେଳେ ବିଦ୍ୱାନ ପଣ୍ଡିତ ଦେବୀ ପ୍ରସାଦ ଶତପଥୀଙ୍କ ମନ୍ତ୍ରୋଚାରଣରେ ପୂଜାମଣ୍ଡପ ପ୍ରକମ୍ପିତ ହୋଇପଡୁଛି । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଲାଲାଶାସନ ଗ୍ରାମରେ ପୂଜା ପାଉଥିବା ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ପୂଜାମଣ୍ଡପ ଝଲସି ଉଠୁଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ଉପେନ୍ଦ୍ରନାଥ ମିଶ୍ର, ଉପେନ୍ଦ୍ରନାଥ ଶତପଥୀ, ଫକୀର ମୋହନ ଦାଶ, ହିମାଂଶୁ କର, ସନ୍ୟାସୀ ପାଣିଗ୍ରାହୀ, ହେମନ୍ତ କୁମାର ଦାଶ, ଜିତେନ୍ଦ୍ର ହୋତା, ସଚ୍ଚିନ୍ଦ୍ର ହୋତା, ସୀତାରାମ ହୋତା, ରିଙ୍କୁନ୍‍ ସାହୁ, ବାଳକୃଷ୍ଣ ଦାଶ, କାହ୍ନା ସାହୁ, ମଧୂସୁଦନ ଶତପଥୀ, ବିକ୍ରମ ଆଦିତ୍ୟ କର, ଶିବପ୍ରସାଦ ଶତପଥୀ, ପ୍ରଦୀପ କୁମାର ଶତପଥୀ, ବିଶିକେଶନ ଶତପଥୀ, ଦିନେଶ୍‍ କୁମାର ତ୍ରିପାଠୀ, ନାରାୟଣ ଶତପଥୀ, ଲୋକନାଥ ସାହୁ, ରାଧାମାଧବ ତ୍ରିପାଠୀଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତ, ଆଧ୍ୟାତ୍ମିକପ୍ରେମୀ, ଗ୍ରାମବାସୀ, ଯୁବପିଢୀ ଆଗେଇ ଆସିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ