ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଗତ ୯ ତାରିଖ ଠାରୁ ଆସିକାରେ ଆରମ୍ଭ ହୋଇଥିବା ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବା ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ବର୍ଷତମାମ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଗତ ୨୦୦୩ ମସିହାରେ ଆସିକା ଅଞ୍ଚଳର ଉତ୍ସାହୀ ଯୁବପିଢୀ ଓ ସଚେତନ ନାଗରିକଙ୍କୁ ନେଇ ଗଠିତ ହୋଇଥିବା ଆସିକା ସୁଗର୍ ଟାଉନ୍ ଜେସିସ୍ର ୨୩ତମ ସପ୍ତାହ ପାଳନ ଅବସରରେ ବିଭିନ୍ନ ଦିବସରେ ପ୍ଳାଷ୍ଟିକ ବୋତଲ ବର୍ଜନ କରି ଷ୍ଟିଲ୍ ବୋତଲ ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, ମାନବିକ ଅଧିକାର ସଚେତନତା କାର୍ଯ୍ୟକ୍ରମ, ସଦସ୍ୟତା ସଂଗ୍ରହ ଅଭିଯାନ, ପାରିବାରିକ ସ୍ନେହମିଳନ କାର୍ଯ୍ୟକ୍ରମ, ସହରର ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧନା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ସୁଗର୍ ଟାଉନ୍ ଜେସିସ୍ର ସଭାପତି ଜେସି ଜଗନ୍ନାଥ ପଢିଆରୀ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଜେସି ପ୍ରତୀକ୍ ଆଚାରୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଜୋନ୍ ନିର୍ଦ୍ଦେଶକ ଜେସି ପୁନିତ୍ ମିଶ୍ର, ଜେସି ରୋଶନ୍ ପାତ୍ର, ଜେସି ସୁଧୀରକାନ୍ତ ଦୋରା, ଜେସି ସୁଦ୍ଧାର୍ଥ ସୁବୁଦ୍ଧି, ଜେସି ବସନ୍ତ ଭଂଜ ପ୍ରମୁଖ ଯୋଗଦେଇ ଆସିକା ସୁଗର୍ ଟାଉନ୍ ଜେସିସ୍ ସଂଗଠନର କାର୍ଯ୍ୟକର୍ତ୍ତାମାନେ ବର୍ଷତମାମ୍ ବିଭିନ୍ନ ସମୟରେ ଜାରି ରଖିଥିବା ସମାଜସେବା ମନୋବୃତ୍ତିକୁ ଉଚ୍ଚ ପ୍ରଶଂସା କରିବା ସାଙ୍ଗକୁ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି ପ୍ରକାଶ କରି ଯୁବପିଢୀମାନେ ଆଗକୁ ଆସି ସମାଜର ଉନ୍ନତି କରିବା ଓ ଆବଶ୍ୟକତା ସମୟରେ ସମସ୍ତ ବର୍ଗର ଲୋକଙ୍କୁ ସହାୟତାର ହାତ ବଢାଇ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ କରିବାକୁ ଆହ୍ୱାନ କରିଥିଲେ । ଆସିକା ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସଂଗଠନର ସଭାପତି ଜେସି ଜଗନ୍ନାଥ ପଢିଆରୀ, ପ୍ରକଳ୍ପ ନିର୍ଦ୍ଦେଶକ ଜେସି ପ୍ରତୀକ୍ ଆଚାରୀ, ପୂର୍ବତନ ସଭାପତି ଜେସି ଅନିଲ୍ କୁମାର ପୃଷ୍ଟି, ଜେସି ଡି.ବଦ୍ରିନାଥ ପାତ୍ର, ଜେସି କିରଣ କୁମାର ପାଢୀ, ଜେସି ଜିତେନ୍ଦ୍ର ପାତ୍ର, ଜେସି ସନ୍ତୋଷ କୁମାର ନାୟକ, ଜେସି କେ.ସତ୍ୟନାରାୟଣ ପାତ୍ର, ଜେସି ୟୁ.ସଂଜୟ ପାତ୍ର, ଜେସି ସୁବୋଧ ରଂଜନ ନାୟକ, ଜେସି ସୁରେଶ୍ କୁମାର ପାତ୍ର, ଜେସି ସିଦ୍ଧାର୍ଥ ସୁବୁଦ୍ଧି, ଜେସି ଶିବଶଙ୍କର ପାତ୍ର, ଜେସି ଆଶିଷ୍ କୁମାର ପାତ୍ର, ଜେସି ଗୌରବ ପାତ୍ର, ଜେସି ବି.ଶିବଶଙ୍କର ପାତ୍ର, ଜେସି ସତ୍ୟନାରାୟଣ ପାତ୍ର, ଜେସି ଦେୱାନ୍ ସୁବୁଦ୍ଧିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।


