ଠାକୁର ଅନୁକୂଳଚନ୍ଦ୍ରଙ୍କ ଶୁଭ ଆର୍ବିଭାବ ଦିବସ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ସ୍ଥାନୀୟ କଳିଙ୍ଗ ରୋଡ୍ ସ୍ଥିତ ସତ୍‌ସଙ୍ଗ ବିହାର ପରିସରରେ ବୁଧବାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଶୁଭ ଆବିର୍ଭାବ ଦିବସ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୋର ସମୟରେ ସତ୍‌ସଙ୍ଗ ବିହାର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହରତ, ଉଷା କୀର୍ତ୍ତନ, ସମବେତ ଉଷା ବିନତୀ,ମାତୃ ସମ୍ମିଳନୀ, ସତ୍‍ସଙ୍ଗ, ନାମଯପ ଓ ଗ୍ରନ୍ଥପାଠ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତ ସାମିଲ ହୋଇ ଭଜନକୀର୍ତ୍ତନ କରିଥିଲେ । ସତ୍‌ସଙ୍ଗ ବିହାର ପରିସରରେ ଅନୁଷ୍ଠିତ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସତ୍‍ସଙ୍ଗ ବିହାରର ସହପ୍ରତିରୀତିକ୍‍ ଏନ୍‍.ହରିଶଙ୍କର ଚୌଧୁରୀ, କୋରାପୁଟ ସ୍ଥିତି ସେମିଳିଗୁଡା ସତ୍‍ସଙ୍ଗ ବିହାରର ସହପ୍ରତିରୀତିକ୍‍ ଭଗବାନ ସାହୁ, ଆସିକା ସତ୍‍ସଙ୍ଗ ବିହାରର ଉତ୍ସବ କମିଟିର ସଭାପତି ପପୁନ୍‍ କୁମାର ସାହୁ, କୋଷାଧ୍ୟକ୍ଷ ହିମାଂଶୁ କୁମାର ସ୍ୱାଇଁ, ଯାଜକ ରବିନ୍ଦ୍ର କୁମାର ନାୟକ, ଅଧୁର୍ଯ୍ୟ ନାରାୟଣ ପାତ୍ର, ଆସିକା ସତ୍‍ସଙ୍ଗ ବିହାରର ମୁଖ୍ୟ ପରିଚାଳକ ନାରାୟଣ ବେହେରା, କୋଷାଧ୍ୟକ୍ଷ ଶିବରାମ ମହାରଣା, ହିସାବରକ୍ଷକ ଜିତେନ୍ଦ୍ର କୁମାର ସେଠୀ, ସହ ହିସାବରକ୍ଷକ ଦିନେଶ୍‍ କୁମାର ସେଠୀ ପ୍ରମୁଖ ଯୋଗଦେଇ ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଦିବ୍ୟଜୀବନୀ ସଂପର୍କରେ ବହୁ ଶିକ୍ଷଣୀୟ ସୂଚନା ପ୍ରଦାନ କରି ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଆହ୍ୱାନ କରିବା ସହ ନିଜକୁ କାମ, କ୍ରୋଧ, ଲୋଭ ଠାରୁ ଦୂରେଇ ରହି ଏକ ସୁସ୍ଥ, ସୁନ୍ଦର ଜୀବନ ତଥା ପରିବାର ଗଠନ ନିମନ୍ତେ ଠାକୁରଙ୍କ ହାତଗଢା ସତ୍‍ସଙ୍ଗ କାର୍ଯ୍ୟକ୍ରମରେ ସଦାସର୍ବଦା ସାମିଲ୍‍ ହେବାକୁ ଆହ୍ୱାନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଯୁଗ ପୁରୁଷୋତ୍ତମ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରଦ୍ଧାଳୁ ଭକ୍ତ କିଶୋର ଚନ୍ଦ୍ର ନାହାକ, ଚନ୍ଦ୍ରଶେଖର ମହାରଣା, ଶ୍ରୀନିବାସ କାମ୍ପ, ରାମଚନ୍ଦ୍ର ଜେନା, ରଜନୀକାନ୍ତ ଦାଶ, ନୀଳମାଧବ ବେହେରା, ହିମାଂଶୁ ସ୍ୱାଇଁ, ହଜାରୀ ବେହେରା, ସନ୍ୟାସୀ ଜେନା, ଇଂ ସଚ୍ଚିଦାନନ୍ଦ ରାଉତ, ନିଗମାନନ୍ଦ ରାଉତ, କିଶୋର ଚନ୍ଦ୍ର ନାହାକ, ଭିକାରୀ ଚରଣ ପାତ୍ର, ରବିନ୍ଦ୍ର କୁମାର ସାହୁ, ପପୁନ୍‍ କୁମାର ସାହୁ, ରାଜେନ୍ଦ୍ର ପାତ୍ର, ପ୍ରକାଶ ରାଓ ଦୋରା, ସନ୍ତୋଷ କୁମାର ମିଶ୍ର, ଶିବଶଙ୍କର ମିଶ୍ର, ଗୋଲାପ ପ୍ରଧାନ, ଗୋଲାପ ସାହୁ, ଅନିତା ନାୟକ, ଭାଗ୍ୟଲତା ବେହେରା, ରୁନୁ ସାହୁ, ପ୍ରକାଶ ଚନ୍ଦ୍ର ରେଡି, ବିଜୟ କୁମାର ନାହାକ, ହରେକୃଷ୍ଣ ପ୍ରଧାନ, କାଳୀଚରଣ ପଟ୍ଟନାୟକ, ବଳରାମ ମହାରଣା, ସନ୍ତୋଷ କୁମାର ଗୌଡ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୯ତମ ଶୁଭ ଆବିର୍ଭାବ ଦିବସ ମହୋତ୍ସବ ପାଳନ ଅବସରରେ ଅପରାହ୍ନରେ ମାତୃ ସମ୍ମିଳନୀ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୯ତମ ଜନ୍ମ ଆବିର୍ଭାବ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ଶତାଧୀକ ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆଧ୍ୟାତ୍ମିକବାଦର ଚେତନାକୁ ଆଧିକ ଜାଗ୍ରତ କରିବା ସହ ସମାଜରେ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ ନେଇ ବୁଧବାର ଆସିକା ସ୍ଥିତ ସତ୍‍ସଙ୍ଗ ବିହାର ପରିସର ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରେମାମୃତରେ ବେଶ୍ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ସତ୍‍ସଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ କୀର୍ତ୍ତିନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ