ବୁଲେଟ୍‌-ମୋପେଟ୍‌ ଧକ୍କାରେ ଜଣେ ଗୁରୁତର, ଦୁଇ ଆହତ

ପାତ୍ରପୁର,(ୱାଇଏନଏସ): ପାତ୍ରପୁର ବ୍ଲକ ବି. ନୂଆଗାଁ ନିକଟରେ ବୁଧବାର ରାତି ପ୍ରାୟ ୯ଟା ସମୟରେ ବୁଲେଟ୍‌ ଓ ମୋପେଟ୍‌ ମଧ୍ୟରେ ଧକ୍କା ହେବାରୁ ତିନିଜଣ ଆହତ ହୋଇଥିବା ଜଣାପଡିଛି । ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ଲୁଧାପୁଟି ଗ୍ରାମର ରାଜୁ ରାହୁଲ ଚୁଡ଼ିଆ କାଞ୍ଜି ନଥେଶ୍ୱର ମନ୍ଦିରର ପୂଜାରୀ, ଏକ ମୋପେଟ୍‌ରେ ଆସୁଥିବା ବେଳେ ବିପରୀତ ଦିଗରୁ ବୁଲେଟ୍‌ରେ ଆସୁଥିବା ପୁହୁଣ୍ଡୁ ଗ୍ରାମର ଧର୍ମେନ୍ଦ୍ର ବଡ଼ପରଜାଙ୍କ ଗାଡ଼ି ସହିତ ମୁଁହ ମୁହିଁ ଧକ୍କା ହୋଇଥିଲା। ବୁଲେଟ୍ ରେ ବସିଥିବା ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତରଖାନାକୁ ନେଇଥିଲେ। ଧର୍ମେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଜରଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ