ବ୍ଲକ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା, କାର୍ଯ୍ୟକାରୀ ସଭାପତି ହେଲେ ଗୌରାଙ୍ଗ ରଣା
ହାଟଡିହି (ଓ୍ବାଇଏନଏସ): ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ବିଜେଡି ତାର ସଂଗଠନକୁ ନବ କଳେବର କରିଛି। ଆଜି ବିଜେଡି ଶଙ୍ଖ ଭବନ ପକ୍ଷରୁ ବ୍ଲକ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସୁରେନ୍ଦ୍ର କୁମାର ଜେନାଙ୍କୁ ତୃତୀୟ ଥର ପାଇଁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ହାଟଡିହିର ଗୌରାଙ୍ଗ ରଣାଙ୍କୁ ମନୋନୀତ କରାଯାଇଛି। ଏଥର ଉପସଭାପତି ଭାବେ ୩ ଜଣ, ସାଧାରଣ ସମ୍ପାଦକ ଭାବେ ୩ଜଣ, ସମ୍ପାଦକ ଭାବେ ୮ଜଣ ଓ ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଉପ ସଭାପତି ଭାବେ ଅଜିତ କୁମାର ନାୟକ, ପ୍ୟାରୀ ମୋହନ ମଲ୍ଲିକ,ଶ୍ରୀକାନ୍ତ ସେନାପତି, ସାଧାରଣ ସମ୍ପାଦକ ଭାବେ ଅନାଥ ନାୟକ, ଶଶିଭୂଷଣ ରାଉତ, ଧୁସାସନ ଜେନା, ସମ୍ପାଦକ ଭାବେ ନରେନ୍ଦ୍ର ନାୟକ, ମଦନ ମୋହନ ନନ୍ଦୀ, କୁଳମଣି ରାଉତ, ସୁଭାଷ ଚନ୍ଦ୍ର ବିଶ୍ୱାଳ, କୈଳାଶ ଚନ୍ଦ୍ର ଜେନା, ବିଶ୍ୱନାଥ ବେହେରା, ବ୍ରଜକିଶୋର ଜେନା, ଅରୁଣ କୁମାର ଶାହା , କୋଷାଧକ୍ଷ ଭାବେ ପ୍ରତାପ ଦେଓଙ୍କୁ ମନୋନୀତ ହୋଇଛନ୍ତି। କର୍ମକର୍ତ୍ତାଙ୍କ ନାମ ଘୋଷଣା ପରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେଡି ସମ୍ପାଦକ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ପ୍ରମୁଖ ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।


