ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ସିଆଳିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟର ୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ଅଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ସ୍ୱୟଂସ୍ୱଭା ସାହୁ ପ୍ରଥମ, ପଳାସଗଢିଆ ଓଡିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ରୋହିତ କୁମାର ସ୍ୱାଇଁ ୨ୟ ଏବଂ ପିଏମଶ୍ରୀ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର ୧୦ ଶ୍ରେଣୀ ଛାତ୍ରୀ ହରପ୍ରିୟା ସେନାପତି ୩ୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ମଙ୍ଗଳବାର ହେବାକୁ ଥିବା ଜିଲା ସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୀତ କରାଯାଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପହିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଚିତ୍ତରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ବ୍ଲକ ବିଜ୍ଞାନ ସଂଯୋଜକ ଶଶୀ ଶେଖର କର ଶର୍ମା,ସମ୍ମାନୀତ ଅତିଥି ଭାବେ ଭାରପ୍ରାପ୍ତ ଏବିଇଓ ନରେନ୍ଦ୍ର କୁମାର ବାରିକ, ସିଆରସିସି ଅଶୋକ କୁମାର ଦାସ, ଗିରିଜା ଶଙ୍କର ଲେଙ୍କା, ଉତ୍ତମ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରଞ୍ଜନ କୁମାର ବାରିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଦୀପ କୁମାର ସେଠୀ, ଗୟାଧର ଦାଶ, ପ୍ରଭାତ କୁମାର ବେହେରା, ବିପ୍ଳବ କେଶରୀ ସାମଲ, କଳ୍ପତରୁ ମିଶ୍ର, ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦାସ, ପ୍ରଜ୍ଞା ପରମିତା ଜେନା, ଋତୁପର୍ଣ୍ଣା ବେହେରା ପ୍ରମୁଖ ସହଯୋଗ କରିଥିଲେ।


