ମୋରମ ଖାଣିଆରେ ବୁଡି ଯୁବକ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ରାଇନଟା ଗ୍ରାମର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି l ପୋଲିସ ମଙ୍ଗଳବାର ମୃତ ଦେହ ଜବତ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଛେଦ କରାଇଛି l ଅପମୃତ୍ୟୁ ମାମଲା ନଂ ୧୪/୨୦୨୬ ପଞ୍ଜିକରଣ କରାଯାଇ ତଦନ୍ତ କରାଯାଉଥିବା ଥାନାଧିକାରିଣୀ କାନନ ସାହୁ କହିଛନ୍ତି l ସୂଚନାରୁ ଜଣାଯାଇଛି ଯେ ରାଇନଟା ଗ୍ରାମର ବିଷ୍ଣୁ ଦେହୁରୀ (୩୯ ବର୍ଷ) ଗତ ସୋମବାର ଗାଧୋଇବାକୁ ନିକଟସ୍ଥ ପୁରୁଣାପାଣି ମୋରମ ଗାଡିଆକୁ ଯାଇଥିଲେ l କିନ୍ତୁ ଆଉ ଘରକୁ ଫେରିନଥିଲେ l ମଙ୍ଗଳବାର ସକାଳୁ ତାଙ୍କ ମୃତ ଶରୀର ପାଣିରେ ଭାସୁଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଟଡିହି ଅଗ୍ନିଶମ ବାହିନୀ ସହଯୋଗରେ ବିଷ୍ଣୁଙ୍କ ମରଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି।


