ଲଗାଣ ବର୍ଷାରେ ଦିଗପହଣ୍ଡି ଉବୁଟୁବୁ ମୁଖ୍ୟରାସ୍ତା ଉପରେ ୨ ଫୁଟ ପାଣି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ପ୍ରଭାବରେ  ତୁହାକୁ ତୁହା ଲଗାଣ ବର୍ଷା ଯୋଗୁଁ ବୁଧବାର ଦିଗପହଣ୍ଡି ସହର ଉବୁ ଟୁବୁ ହୋଇଛି। ବିଶେଷକରି ସହରର ବସଷ୍ଟାଣ୍ଡ ବାସିନ୍ଦା ଗତ ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥ ଦେଇ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର,କୋରାପୁଟ, କଳାହାଣ୍ଡି, ମାଲିକାନାଗିରି ଜିଲା ସମେତ ପଡୋଶୀ ଆନ୍ଧ୍ର,ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ କୁ ସଂଯୋଗ କରୁଥିବା ଏହି ରାଜ୍ୟ ରାଜପଥ ର ଦିଗପହଣ୍ଡି  ବସଷ୍ଟାଣ୍ଡ ଠାରେ ବୁଧବାର ସକାଳୁ ରାସ୍ତା ଉପରେ ପ୍ରାୟ ୨ ଫୁଟ ର ବର୍ଷାଜଳ ପ୍ରବାହିତ ହୋଇଥିଲା। ଫଳରେ ରାସ୍ତାକଡ ରେ ଥିବା ୨ ଟି ରାଷ୍ଟ୍ରାୟତ ବ୍ୟାଙ୍କ,ଏଟିଏମ୍,ବିଭିନ୍ନ ବ୍ୟକ୍ତି ମାନଙ୍କ ଦୋକାନ ଓ ଅନେକ ଲୋକଙ୍କ ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି ପଶିଯାଇଥିଲା। ଅପରାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ,ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର,ପୂର୍ତ୍ତବିଭାଗ ଯନ୍ତ୍ରୀ ଇ. ମନୋଜ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ପ୍ରଭାବିତ ଲୋକଙ୍କ ସହ ସବିଶେଷ ଆଲୋଚନା କରିଥିଲେ।ପରେ ଏକ ହିଟାଚି ମେସିନ ସହାୟତାରେ ରାସ୍ତାକଡ ରେ ଥିବା ଜଣେ ବ୍ୟକ୍ତିଙ୍କ ଜମି ରେ ନାଳ ଖୋଳି ଅସ୍ଥାୟୀ ଭାବେ ଜଳନିଷ୍କାସନ ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି। ଏନେଇ ତହସିଲଦାର ଙ୍କୁ ପଚାରିବାରୁ ସୁଦୃଢ଼ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସହର ଉପକଣ୍ଠ ଚାଙ୍ଗୁଡ଼ିଦେଇ ପର୍ବତ ରୁ ବର୍ଷା ପାଣି ସମେତ ପ୍ରାୟ ୫ ଶହ ଏକର ଜମିରୁ ଉଦବୃତ୍ତ ବର୍ଷାଜଳ ଓ ନାଳନର୍ଦ୍ଦମା ପାଣି ଏଠାରେ ଜମା ହେଉଛି। କିନ୍ତୁ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ସେ କହିଛନ୍ତି । ଏନେଇ ବୈଷୟିକ ଟିମ୍ ସହାୟତାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ସେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ