ଜଡିଦା କେନାଲରୁ ଯୁବକ ମୃତଦେହ ଉଦ୍ଧାର

ଉଦଳା,(ରାଜୀବ କୁମାର ବେହେରା): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଜଡ଼ିଦା ପଞ୍ଚାୟତ କେନାଲ ପୋଲ ନିକଟ ପାଣିରୁରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଜଡ଼ିଦା ଗ୍ରାମର ପୁହାଣ ସାହିର ସର୍ବେଶ୍ୱର ପୁହାଣ ବୋଲି ଜଣାପଡ଼ିଛି। ସର୍ବେଶ୍ୱର ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳେ କେନାଲର ଜଳପ୍ରବାହ ବନ୍ଦ କରି ଖୋଜାଖୋଜି କରାଯାଇଥିଲା। ଏହାପରେ କେନାଲରୁ ତାଙ୍କ ମୃତଦେହ ମିଳିଥିଲା। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପରେ ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲକୁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ