ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ

ବୁଗୁଡ଼ା, (ଓ୍ବାଇଏନଏସ) : ଭାରତୀୟ ଜନତା ଯୁବମୋର୍ଚ୍ଚା, ଘୁମୁସର(ଭଞ୍ଜନଗର) ସାଂଗଠାନିକ ଜିଲ୍ଲାର ବୁଗୁଡ଼ା ନଗର ପକ୍ଷରୁ ମହାନ ବିଚାରକ, ଅନ୍ତ୍ୟୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ବୁଗୁଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତୈଳଚିତ୍ରରେ ଧୂପ, ଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ବିଜେପି ବୁଗୁଡ଼ା ନଗର ସଭାପତି କେଦାରନାଥ ମହାରଣା, ବୁଗୁଡ଼ା ନଗର ବିଧାୟକ ପ୍ରତିନିଧି  ୟୁ. ଯଜ୍ଞ ନାରାୟଣ ପାତ୍ର,  ଯୁବମୋର୍ଚ୍ଚାର ଜିଲ୍ଲା ଆଇଟି ଓ ସାମାଜିକ ଗଣମାଧ୍ୟମ ସମ୍ପାଦକ ସୋରେନ କୁମାର ପ୍ରଧାନଙ୍କ ସମେତ ବିଜେପି ଓ ଯୁବମୋର୍ଚ୍ଚାର ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଉପସ୍ଥିତ ନେତୃବୃନ୍ଦ ପଣ୍ଡିତଜୀଙ୍କ ପ୍ରଣୀତ ‘ଏକାତ୍ମ ମାନବବାଦ’ ଓ ‘ଅନ୍ତ୍ୟୋଦୟ’ ବିଚାରଧାରା ଉପରେ ଆଲୋକପାତ କରିଥିଲେ। ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ଏବଂ ସେମାନଙ୍କର ସାର୍ବାଙ୍ଗୀନ ଉନ୍ନତି କରିବା ହିଁ ପଣ୍ଡିତଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ