ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ

ବାଲେଶ୍ବର(ସରୋଜ ପଣ୍ଡା): ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ଏକାତ୍ମ ମାନବବାଦର ପ୍ରବକ୍ତା, ଅନ୍ତ୍ୟୋଦୟର ପ୍ରଣେତା ଓ ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ନନ୍ଦଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପର୍ଶ୍ୟୁରାମ ପରିଡ଼ା, ରେମୁଣା ବିଧାୟକ ପ୍ରତିନିଧି ଶ୍ରୀ ଲମ୍ବୋଦର ପ୍ରଧାନ, ଜିଲ୍ଲା ସମ୍ପାଦକ ଶ୍ରୀ ରାଜେଶ କୁମାର ମହାପାତ୍ର ଓ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ ସହିତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରବର୍ତ୍ତୀ ଅବସରରେ ଜିଲ୍ଲା ସଭାପତି ଶ୍ରୀ ବେହେରା ଉପାଧ୍ୟାୟଙ୍କ ଜୀବନଦର୍ଶନ, ତାଙ୍କର ଆଦର୍ଶ ଓ ରାଷ୍ଟ୍ରପ୍ରତି ସମର୍ପଣ ବିଷୟରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ସମାୟ ଟୁଡୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ ସେଠୀ, ସାଧାରଣ ସମ୍ପାଦକ ଗଜେନ୍ଦ୍ର ସେଠୀ, ସୂର୍ଜଙ୍କର ସେଠୀ, ମଣ୍ଡଳ ସଭାପତି ଶ୍ରୀ ଉମାକାନ୍ତ ଜେନା, ପ୍ରଫୁଲ୍ଲ ଦ୍ବିବେଦୀ, ମାନସ ମହାନ୍ତି ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଦେବେନ୍ଦ୍ର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ