ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଫାର୍ମାସିଷ୍ଟ ଦିବସ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ରୋଗୀ ସେବାରେ ସେମାନଙ୍କ ଅତୁଳନୀୟ ଅବଦାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପ ଚିକିତ୍ସା ଅଧିକାରୀ ତଥା ଉପ ଅଧୀକ୍ଷକ ଡା. ସୁରମା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫାର୍ମାସିଷ୍ଟମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡା. ସପନ କୁମାର ଦିଣ୍ଡା , ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ପ୍ରଫୁଲ୍ଲ କୁମାର ବେହେରା, ହସ୍ପିଟାଲ ମ୍ୟାନେଜର ବିଶ୍ୱଜିତ, ମାଲକାନଗିରି ଫାର୍ମାସିଷ୍ଟ ଶାଖାର ସଭାପତି ସତବୀର ସିଂହ, ସମ୍ପାଦକ ଦିଗବିଜୟ ଖଟୁଆ, କୋଷାଧ୍ୟକ୍ଷ ଉଜ୍ଜ୍ୱଳ ଚରଣ ନାୟକ, ଉପଦେଷ୍ଟା ଅଶୋକ କୁମାର ସାହୁ , ରବୀନ୍ଦ୍ର କୁମାର ପାତ୍ର ଏବଂ ନର୍ସିଂ ଅଧୀକ୍ଷିକା ସଞ୍ଜୁକ୍ତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଔଷଧର ସଠିକ୍ ବ୍ୟବହାର, ରୋଗୀଙ୍କୁ ଔଷଧ ସମ୍ବନ୍ଧୀୟ ସଠିକ୍ ପରାମର୍ଶ ପ୍ରଦାନ ଏବଂ ଗୁଣାତ୍ମକ ରୋଗୀସେବା ଯୋଗାଇବାରେ ଫାର୍ମାସିଷ୍ଟମାନଙ୍କର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗୀଙ୍କୁ ଉତ୍ତମ, ସୁରକ୍ଷିତ ଓ ଗୁଣାତ୍ମକ ଔଷଧ ସେବା ଯୋଗାଇ ଦେବା ହେଉଛି ଜଣେ ଫାର୍ମାସିଷ୍ଟର ପ୍ରଧାନ କର୍ତ୍ତବ୍ୟ। ଏହି ଅବସରରେ ଉପସ୍ଥିତ ଅନ୍ୟ ଅତିଥିମାନେ ମଧ୍ୟ ଫାର୍ମାସିଷ୍ଟମାନଙ୍କ କର୍ତ୍ତବ୍ୟ, ଦାୟିତ୍ୱ ଏବଂ ଚିକିତ୍ସା ବ୍ୟବସ୍ଥାରେ ସେମାନଙ୍କ ଯୋଗଦାନ ସମ୍ପର୍କରେ ନିଜନିଜ ମତ ରଖିଥିଲେ। ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ଭାଇ ଓ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାକୁ ସଫଳ ଓ ସ୍ମରଣୀୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ