ବନ୍ୟା ପାଣିରେ ଭାସି ଯୁବତୀ ମୃତ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିରି ଗାଁ ଭୋଇସାହି ଗ୍ରାମର ପ୍ରଦୀପ ଜେନାଙ୍କ ୧୯ ବର୍ଷୀୟା ଝିଅ କ୍ରିଷ୍ଣାରାଣୀ ଜେନାଙ୍କ ରବିବାର ସକାଳେ ଫୁଲ ତୋଳି ସାରି ଶୌଚ ପାଇଁ ଯାଇଥିବା ବେଳେ ବନ୍ଦରେ ଅଚାନକ ଗୋଡ଼ ଖସି ଯିବାରୁ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇ ଆଉ ଘରକୁ ଫେରି ନଥିଲେ।ପରିବାର ଲୋକେ ଓ ଗ୍ରାମବାସୀ ମିଶି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ନିକଟସ୍ଥ ଯନ୍ତଖାଇ ମାହାରା ଠାରୁ ଅଗ୍ନିଶମ ବାହିନୀ ଦ୍ୱାରା ମୃତଦେହଟିକୁ ଉଦ୍ଧାର କରାଯାଇଥିଲା।ସଙ୍ଗେ ସଙ୍ଗେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ଥାନା ୟୂଡି କେନଂ ୨୦/୨୬ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଗତ ଦୁଇଦିନ ଧରି ଧାମନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଥିବାବେଳେ ଗେଙ୍ଗୁଟି ନଦୀରେ ପ୍ରଖର ସ୍ରୋତ ରହିଛି। ବନ୍ୟାଜଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଲୋକଙ୍କ ଯାତାୟାତ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଭଳି ସମୟରେ ନଦୀ ଓ ବନ୍ୟାଜଳ ନିକଟକୁ ଯିବା ନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ନିବେଦନ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ