ଗୋବରୀ ନଦୀରେ ବୁଡି ଜଣେ ମୃତ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସାଦର ଥାନା ଅଧିନ ନାଗପୁରା ଗ୍ରାମର ଅନନ୍ତ ଚରଣ ରାଉତ(୫୨) ଶନିବାର ବିଲକୁ ଘାସ କାଟିବା ପାଇଁ ଯାଇଥିଲେ। ଘାସ କାଟି ଘରକୁ ଫେରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଗୋବରୀ ନଦୀ ଘାଟରେ ଧୂଆଧୋଇ ହେଉଥିବା ବେଳେ ଗୋଡ ଖସିଯିବାରୁ ନଦୀରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ନଦୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ଥାନା ପୋଲିସ ତାଙ୍କ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


