ଡାକବିଭାଗ ପକ୍ଷରୁ ଆସିକାରେ ଆୟୋଜିତ ହେଲା ଦୀନଦୟାଲ୍ ସ୍ପର୍ଷ କୁଇଜ୍ ପ୍ରତିଯୋଗିତା
ଆସିକା (ୱାଇଏନ୍ଏସ୍): ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡାକବିଭାଗର ଫିଲାଟେଲି ଅଭ୍ୟାସର ବ୍ୟାପକ ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲରେ ରବିବାର ଆୟୋଜିତ କୁଇଜ୍ ପରୀକ୍ଷାରେ ୮ଟି ଶିକ୍ଷାନୁଷ୍ଠାନର ୧୯୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଡାକବିଭାଗ ପକ୍ଷରୁ ପ୍ରତିମାସରେ ୫ ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଏକ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି ଜଣାପଡିଛି । କେନ୍ଦ୍ର ସରକାରଙ୍କ ଡାକବିଭାଗର ନିର୍ଦ୍ଦେଶକ୍ରମେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଡାକମଣ୍ଡଳ ପକ୍ଷରୁ ଫିଲାଟେଲି କୁଇଜ୍ ପରୀକ୍ଷା ସହ ପ୍ରଥମ ସ୍ତରୀୟ ଦୀନଦୟାଲ୍ ସ୍ପର୍ଶ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଆସିକା ଡାକମଣ୍ଡଳର ଅଧୀକ୍ଷକ ଲେଫ୍ଟେନାଣ୍ଟ କର୍ଣ୍ଣୋଲ୍ ଦିଲୀପ୍ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ସହକାରୀ ଡାକ ଅଧୀକ୍ଷକ ପରମାନନ୍ଦ କଣ୍ଠ ଏବଂ ଆସିକା ପଶ୍ଚିମ ଡାକମଣ୍ଡଳର ନୀରିକ୍ଷକ ରଘୁନାଥ ନାୟକ ଓ ପୂର୍ବ ଡାକମଣ୍ଡଳର ନୀରିକ୍ଷକ ସାଜନ୍ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲରେ ଅନୁଷ୍ଠିତ ଏହି ପରୀକ୍ଷାରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକା ଆରିୟନ୍ ପବ୍ଳିକ୍ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ସ୍ଥିତ ସେଣ୍ଟ ଜାଭିୟର୍ ସ୍କୁଲ, ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସମେତ ୮ଟି ଶିକ୍ଷାନୁଷ୍ଠାନରୁ ଷଷ୍ଠରୁ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୧୯୮ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ଜଣାପଡିଛି । ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟେନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଫିଲାଟେଲି କୁଇଜ୍ ପରୀକ୍ଷା ସହ ପ୍ରଥମ ସ୍ତରୀୟ ଦୀନଦୟାଲ୍ ସ୍ପର୍ଶ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ବିଭାଗୀୟ କର୍ମଚାରୀ ଦୀପକ ରଂଜନ ପାଣିଗ୍ରାହୀ, ଶୁଭ୍ରକାନ୍ତ ପାତ୍ର, ପ୍ରଭାତ କୁମାର ପ୍ରଧାନ, ରବି ନାରାୟଣ ଚୌଧୁରୀ, ଅନୁପ ପାଣିଗ୍ରାହୀ, ମହାକାଳ ନାୟକ, ସୁନିଲ୍ କୁମାର ବିଷୋୟୀ, ରମେଶ ଚନ୍ଦ୍ର ସେଠୀ, ବିଷ୍ଣୁ ପ୍ରସାଦ ସେଠୀ, ପ୍ରଭାତ କୁମାର ମାଝୀ, ଦେବକଲ୍ୟାଣ ଘଡେଇ, ସୁଦାମ ଚରଣ ଦାଶ, ତେଜସ୍ୱିନୀ ବିଷୋୟୀ, ଲକ୍ଷ୍ମୀ ନାରାୟଣ ପାତ୍ର, ସନ୍ତୋଷ କୁମାର ଗୌଡ, ମହେଶ୍ୱର ଗୌଡ, ରବିନ୍ଦ୍ରନାଥ ପାତ୍ର, ସନ୍ତୋଷ ସାହୁଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଭାରତୀୟ ଡାକବିଭାଗ ଓ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ଙ୍କ କାର୍ଯ୍ୟାଳୟ ଓଡିଶା ପରିମଣ୍ଡଳ ଭୁବନେଶ୍ୱରଙ୍କ ପରାମର୍ଶକ୍ରମେ ଆସିକା ଡାକମଣ୍ଡଳ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ଦୀନ୍ଦୟାଲ୍ ସ୍ପର୍ଶ ଯୋଜନା କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।


