ସିପିଆଇ ପାର୍ଟିର ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପଙ୍କ ନିମନ୍ତେ ଭିନ୍ନ ଢଙ୍ଗରେ ନିର୍ବାଚନ ପ୍ରଚାର କଲେ ମଙ୍ଗୁଆଳ ନେତାମାନେ

ଛତ୍ରପୁର : ଲାଲଗଡ ଭାବେ ସାରା ରାଜ୍ୟ ରେ ପରିଚିତି ସୃଷ୍ଟି କରିଥିବା ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୮ଥର ସିପିଆଇ ପାର୍ଟି ର ବିଧାୟକ ପଦବୀ ହାତେଇ ଥିବା ବେଳେ ପୁଣି ଥରେ ଦଳୀୟ ବିଧାୟକ ପଦବୀ ହାତେଇବା ନିମନ୍ତେ ସିପିଆଇ ପାର୍ଟି ପ୍ରାଣପଣେ ଉଦ୍ୟମ ଜାରିରଖିଛନ୍ତିା ମଙ୍ଗୁଆଳ ସାଜିଥିବା ନେତାମାନେ ବିଭିନ୍ନ ଢଙ୍ଗରେ ସିପିଅ୍ଧବ ପାର୍ଟିର ଛତ୍ରପୁର ବିଧାନସଭାପ୍ରାର୍ଥୀ ପ୍ରଦୀପ ସେଠୀଙ୍କ ନିମନ୍ତେ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବା ପରିଲଖିତ ହୋଇଛି । ଆଜି ଛତ୍ରପୁର ବ୍ଲକର ଭିକାରୀପଲ୍ଲୀ , ଚମାଖଣ୍ଡି, ନରେନ୍ଦ୍ରପୁର , ଟାଙ୍ଗଣାପଲ୍ଲୀ, ଲକ୍ଷ୍ମୀପୁର ଓ ସୁନ୍ଦରପୁର ପଂଚାୟତ ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ଦଳୀୟ ବିଧାନପ୍ରାର୍ଥୀଙ୍କୁ ଦାଧାନ କେଣ୍ଡା(ସିପିଆଇ) ଚିହ୍ନରେ ସୁଇଚ୍ ଟିପି ବିଜୟୀ କରିବା ନିମନ୍ତେ ଦଳର ନେତା ଓ କର୍ମୀ ମାନେ ଅନୁରୋଧ କରିଛନ୍ତି । ପ୍ରଦୀପଙ୍କ ନିମନ୍ତେ ମଙ୍ଗୁଆଳ ସାଜିଥିବା ସଂଗ୍ରାମୀ ନେତା ତଥା ପୂର୍ବତନ ବିଧାୟକ ଏନ୍ .ନାରାୟଣ ରେଡ୍ଡୀ ନିଜେ ବିଭିନ୍ନ ପଂଚାୟତର ଗାଁ ଗାଁରେ ମୁଦୃଙ୍ଗ ବଜାଇ ପୁରାତନ ଢଙ୍ଗରେ ଲୋକମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ସେହିଭଳି ପ୍ରଦୀପଙ୍କ ନିମନ୍ତେ ଅନ୍ୟତମ ମଙ୍ଗୁଆଳ ସାଜିଥିବା ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ (ନିଲୁ) କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜନମାରଣା ନୀତି ଉପରେ ଜନସାଧାରଣଙ୍କୁ ସଚେତନତା କରାଇବା ସହ ପ୍ରଦୀପଙ୍କୁ ଭୋଟ ଦେଇ ବିଜୟୀ କରିବା ନିମନ୍ତେ କହିଥିଲେ । ଏହି ପ୍ରଚାରରେ କଂଗ୍ରେସ ଓ ସିପିଆଇ ପାର୍ଟି ମେଂଟ ପ୍ରାର୍ଥୀ ପ୍ରଦୀପ ସେଠୀ , ସିପିଆଇ ପାର୍ଟିର ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ-ସଂପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ସହ-ସଂପାଦକ ଗିରିଜା ପ୍ରସାଦ ରେଡ୍ଡୀ, ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଶ୍ରମିକ ନେତା ଦୁର୍ଯ୍ୟଧନ ନାହାକ, କଂଗ୍ରେସ ନେତା ଇକ୍ସୁଆମିନ୍ ଖାନ୍ଙ୍କ ସମେତ ସିପିଆଇ ଓ କଂଗ୍ରେସ ଦଳ ବହୁ ସମର୍ଥକ ମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ