ବେଲଗୁଣ୍ଠା ଥାନାରେ ଚାରି କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ଚାରିଜଣ ପୁଲିସ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ଏବଂ ଜଣେ କର୍ମଚାରୀଙ୍କ ଅବସର ଅବସରରେ ସୋମବାର ରାତିରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ରାତି ୮ଟାରେ ଥାନା ପରିସରରେ ଆୟୋଜିତ ସଭାରେ ଥାନା ଅଧିକାରୀ ରେବତୀ ଶବର ସଭାପତିତ୍ୱ କରିଥିଲେ। ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ସମୟରେ କର୍ମଚାରୀମାନେ ନିଷ୍ଠା ଓ ଦାୟିତ୍ୱବୋଧର ସହ କରିଥିବା କାର୍ଯ୍ୟକୁ ସ୍ମରଣ କରିଥିଲେ। ବଦଳି ହୋଇଥିବା କର୍ମଚାରୀମାନେ ନୂତନ କର୍ମସ୍ଥଳୀରେ ସଫଳତାର ସହ କାର୍ଯ୍ୟ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ନ୍ତୁ ବୋଲି ସେ ଶୁଭେଚ୍ଛା ଜଣାଇଥିଲେ। ଅବସର ନେଇଥିବା କର୍ମଚାରୀଙ୍କ ନିରାମୟ ଓ ସୁଖମୟ ଜୀବନ କାମନା କରିଥିଲେ।
ପ୍ରକାଶ ଥାଉ କି ବେଳଗୁଣ୍ଠା ଥାନାରେ କାର୍ଯ୍ୟରତ ଏସ୍‌.ଆଇ. ଅଭୟ କୁମାର ପ୍ରଧାନ ନିଜର ପଦୋନ୍ନତି ପରେ ଜଗନ୍ନାଥପ୍ରସାଦ ବ୍ଲକ୍‌ର ତାରସିଂ ଥାନାରେ ଆଡିସନାଲ୍‌ ଆଇଆଇସି ଭାବେ ଯୋଗଦାନ କରିଛନ୍ତି। ସେହିପରି ଏସ୍‌.ଆଇ. ବିଶ୍ୱରଞ୍ଜନ ନାୟକଙ୍କ କବିସୂର୍ଯ୍ୟନଗର ଥାନା, ଏଏସ୍‌.ଆଇ. ଅନୁ ମଲ୍ଲିକଙ୍କ ବୁଗୁଡ଼ା ଥାନା ଏବଂ ଏଏସ୍‌.ଆଇ. ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କ ଗାଙ୍ଗପୁର ଥାନାକୁ ବଦଳି ହୋଇଛି । ସେହିପରି ଥାନାର ଡ୍ରାଇଭର ତଥା ହାବିଲଦାର ସୁଶାନ୍ତ କୁମାର ପଣ୍ଡାଙ୍କୁ ଚାକିରିରୁ ଅବସର ଗ୍ରହଣ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସମସ୍ତଙ୍କୁ ଥାନା ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦେ ବିଭିନ୍ନ ଶ୍ଳୋକ ପାଠ କରି ପ୍ରଭୁ ନୃସିଂହନାଥ ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବଦଳି ହୋଇଥିବା କର୍ମଚାରୀଙ୍କ ସଫଳତା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଡିଓ ସିଙ୍ଗାପୁରମ୍‌ ହରି ଓ ଏସ୍‌.ଆଇ. ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ ବିଦାୟୀ କର୍ମଚାରୀଙ୍କ ସେବା ଓ କାର୍ଯ୍ୟନିଷ୍ଠାକୁ ପ୍ରଶଂସା କରିବା ସହ ଆଗାମୀ ଦିନ ପାଇଁ ଶୁଭକାମନା ଜଣାଇଥିଲେ। ବେଲଗୁଣ୍ଠା ପ୍ରେସ୍‌କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ପ୍ରେସ୍‌କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ