ବାଲି ବୋଝେଇ ହାଇୱା ଜବତ କଲା ସୋସୋ ପୋଲିସ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ସୋସୋ ପୋଲିସ ପକ୍ଷରୁ ଏକ ବାଲି ବୋଝେଇ ହାଇୱାକୁ ଜବତ କରାଯାଇଥିବା ଜଣାପଡ଼ିଛି। ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ରାସ୍ତାରେ ଯାଉଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ବାଲି ପରିବହନ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଇଥିଲା। ହେଲେ ଗାଡ଼ିର ଚାଳକ ବାଲି ପରିବହନ ସମ୍ପର୍କିତ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ପୋଲିସ ଉକ୍ତ ବାଲି ବୋଝେଇ ହାଇୱାକୁ ଜବତ କରିଛି। ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି।


