ବାଇକ ଦୁର୍ଘଟଣାରେ ଛାତ୍ରୀ ଆହତ, ଥାନାରେ ମାମଲା

ହାଟଡିହି (ଓ୍ବାଇଏନଏସ) : ଛେନାପଦି – ସୁଲଣ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ଆହତ ହୋଇଥିବା ବେଳେ ଛାତ୍ରୀର ଅଭିଭାବକଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାଇ ମୁଗୁପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ଗତ ୩୦ ତାରିଖ ଦିନ ସକାଳ ସାଢେ ୯ଟା ବେଳେ ଛେନାପଦି ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟକୁ ସାଇକେଲ ଯୋଗେ ଆସୁଥିବା ବେଳେ  ଜଣେ ଯୁବକ ଦ୍ରୁତ ଗତିରେ ଓଡି ୦୯ ଏଜି ୪୯୮୮ ନମ୍ବର ବାଇକରେ ଆସି ପଛପଟୁ ଛାତ୍ରୀ ଜଣଙ୍କୁ ଧକ୍କା ଦେଇ ପଳାଇଥିଲା। ଛାତ୍ରୀ ଜଣକ ତଳେ ପଡି ଯାଇ ଆହତ ହୋଇଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀ ମାନେ ଛାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଛାତ୍ରୀର ବାପା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ନନ୍ଦିପଦା ପୋଲିସ ଥାନା କେସନଂ ୩୬୮/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ