ହରିହର ହାଇସ୍କୁଲ ପକ୍ଷରୁ ମହାମାନବ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ

ଆସିକା(ୱାଇଏନ୍‍ଏସ୍‍):  ଆସିକା ପୌର ପରିଷଦ ଅଧିନସ୍ଥ ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ପକ୍ଷରୁ ମହାମାନବ ମହାତ୍ମାଗାନ୍ଧୀଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀମାନେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ଅର୍ଚ୍ଚନା ପାଢୀ, ମମତା କୁମାରୀ ଭଂଜ, ନର୍ମଦା କୁମାରୀ ସ୍ୱାଇଁ, ଅଜିତ୍‍ କୁମାର ରଣା, ଚନ୍ଦ୍ରିକା ସୁନା, ଦେବେନ୍‍ ନାୟକ, ମନୋରଂଜନ ପଣ୍ଡା, ବଟକୃଷ୍ଣ ଗୌଡ, ସବିତା ତ୍ରିପାଠୀ, ଗାୟତ୍ରୀ କୁମାରୀ ପାତ୍ର, ରଶ୍ମିତା କୁମାରୀ ମିଶ୍ର, ଲକ୍ଷ୍ମୀବାଇ ପାତ୍ର, ପ୍ରଜ୍ଞା ପରମିତା ପ୍ରଧାନ, ଜୁଲି ରଥ, ଅନିଲ୍‍ ବେହେରା, ଆଦିତ୍ୟ କୁମାର ଓଡଣ୍ଡ୍ରା, ଫକୀର ମୋହନ ସ୍ୱାଇଁ ପ୍ରମୁଖ ଯୋଗଦେଇ ଭାରତବର୍ଷରେ ଯେଉଁ କେତେକ ମହାମନିଷୀ ଧରାବତରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ମୋହନ ଦାସ କରମଚାନ୍ଦ୍‍ ଗାନ୍ଧୀ (ମହାତ୍ମାଗାନ୍ଧୀ) ଅନ୍ୟତମ । ସେ ୧୮୬୯ ମସିହା ଆଜିର ଦିନରେ ଗୁଜରାଟର ପୋର୍‍ବନ୍ଦରରେ ଜନ୍ମଗ୍ରହଣ କରିିଥିଲେ । ମହାମାନବ ମହାତ୍ମାଗାନ୍ଧୀ ଏଭଳି ଜଣେ ବ୍ୟକ୍ତି ଥିଲେ ଯିଏ ଏକାଧାରରେ ଜଣେ ଲେଖକ, ଦାର୍ଶନିକ, ସତ୍ୟଅଂହିସାର ପୂଜାରୀ, ସଚ୍ଚା ଦେଶପ୍ରେମୀ, ଶାନ୍ତିପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସ୍ୱରାଜବାଦୀ, ସତ୍ୟାଗ୍ରହୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ସୁତ୍ରଧର, ଅଂହିସାର ପ୍ରତୀକ, ଆମ ଜାତିର ଜନକ ବୋଲି ପ୍ରକାଶ କରି ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ