ଗୋ ସେବା ଶିବିର ଓ ଗୋ ଖାଦ୍ୟ ବଣ୍ଟନ
ବରୀ,(ଚୈତନ୍ୟ ଜେନା) : ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆମ୍ରକାନନ ଶିକ୍ଷା ନିକେତନ, ରାଜାତୋଟା ର ୨୦୦୫ବ୍ୟାଚ୍ ର ଛାତ୍ର ଛାତ୍ରୀ ମାନେ ନିଆରା ଢଙ୍ଗରେ ପବିତ୍ର ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ଅବସରରେ ଗୋ ସେବା, ଗୋ ଚିକିତ୍ସା ଶିବିର, ଗୋ ପୂଜନ, ଗୋଖାଦ୍ୟ ବଣ୍ଟନ ମାଧ୍ୟମ ରେ ୨୦୦୫ ବ୍ୟାଚ୍ ର ଆମ୍ରକାନନ ଶିକ୍ଷା ନିକେତନ ର ଛାତ୍ର ଛାତ୍ରୀ ମାନେ ବନ୍ୟା ପ୍ରପୀଡ଼ିତ ବାଲିବିଲ ଗ୍ରାମ ପଞ୍ଚାୟତ ର ଗୋ ମାତା ଓ ଗୋ ସମ୍ପଦ ର ସୁରକ୍ଷା ଏବଂ ସେବା ଉଦ୍ଦେଶ୍ୟ ରେ ଢିହସାହି ଠାରେ ଏକ ଗୋ ଚିକିତ୍ସା ଶିବିର ଓ ଗୋ ମାତା ପୂଜନ କାର୍ଯ୍ୟକ୍ରମ ବରୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ର ମୁଖ୍ୟ ଚିକିତ୍ସକ ଡଃ ଭକ୍ତ ଚରଣ ସେଠୀ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗୋ ଚିକିତ୍ସା ଶିବିର ଟି ଅନୁଷ୍ଠିତ ହୋଇଥିଲା ତତ୍ପରେ ଛାତ୍ର ଛାତ୍ରୀ ମାନେ ବାଳିବିଲ ପଞ୍ଚାୟତ ର ବାଲିବିଲ,କୋରଡ଼ାପିପ୍ପଲ୍ ,କେଁକରଡ଼ା, ଖେମେଶ୍ୱର,ଢ଼ିହସାହି ପ୍ରଭୃତି ଗ୍ରାମରେ ଘର ଘର ବୁଲି ଗୋ ମାତା ଙ୍କୁ ନମନ୍ କରିବା ସହିତ ଗୋ ସେବକ ମାନଙ୍କୁ ଗୋ ଖାଦ୍ୟ ବଣ୍ଟନ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ସମାଜସେବୀ ବୃନ୍ଦାବନ ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସତ୍ୟ ରଞ୍ଜନ କର, ସାମ୍ବାଦିକ ପ୍ରଭାତ ମହାନ୍ତି,ବିଶ୍ବଭୂଷଣ ଜେନା, ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ, ସରପଞ୍ଚ ମଧୁସ୍ମିତା ସାମଲ, ସରପଞ୍ଚ ପ୍ରତିନିଧି ମାନଗୋବିନ୍ଦ ସାମଲ ପ୍ରଭୃତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ୨୦୦୫ ବ୍ୟାଚର ସମୀର କୁମାର ଦାସ, ସ୍ୱରୂପ କୁମାର ଦାସ, ଶୁଭାଶିଷ ସାମଲ, ପ୍ରଜନ୍ତ ପଢ଼ିହାରୀ, ଶୁଭାଶିଷ ଜେନା, ମନୋରଞ୍ଜନ ରାଏ, ସତ୍ୟ ରଞ୍ଜନ, ଅଭିନାଶ, ଷ୍ଟାଲିନ୍, ରୂପେଲି, ସଙ୍ଗୀତା, ରୋଜୀ, ଅର୍ଚ୍ଚନା, ମଧୁସ୍ମିତା, ସୀମା, ଭବା, ଆଶା, ସୋନି, ମାନସୀ, ରିତା, ବିନତୀ, ଅନନ୍ତ, ଚନ୍ଦନ ସାହୁ, ରାଜେନ୍ଦ୍ର, ଶ୍ରୀକାନ୍ତ, ଜୀବନ ଜ୍ୟୋତି, ବିକାଶ, ସମରେନ୍ଦ୍ର, ପ୍ରଶାନ୍ତ, ବିଜୟ, ମନୋଜ, ରାକେଶ, ଚନ୍ଦ୍ର ଶେଖର, ଶୁଭାଶିଷ ବରାଳ ପ୍ରଭୃତି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସାଗର ଦାସ, ଆୟୁଷ୍ମାନ, ଚନ୍ଦ୍ରଭାନୁ, ଚିତ୍ତରଞ୍ଜନ ପ୍ରଭୃତି ସହଯୋଗ କରିଥିଲେ।


