ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଜୟନ୍ତୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ଅବସରରେ ଭାଗବତପୁର ପଞ୍ଚାୟତର ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍ୱଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗାନ୍ଧୀଜୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ରାଜଗୋପାଳ ମହାନ୍ତି, ଶିକ୍ଷକ ନାରାୟଣ ସ୍ୱାଇଁ, ଅଧ୍ୟାପକ ମୂରଲୀଧର ରଥଙ୍କ ସମେତ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଓ ଗୁରଜୀ,ଗୁରୁମାମାନେ ବିଦ୍ୟାଳୟ ପରିସର, ଆଖପାଖ ଅଞ୍ଚଳ ଓ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରିଥିଲେ। ଏହି ଅବସରରେ ସ୍ୱଛତାର ଗୁରୁତ୍ୱ, ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବର୍ଜ୍ଜନ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସ୍ୱଛତା ଓ ଆଦର୍ଶକୁ ଅନୁସରଣ କରି ଏକ ସ୍ୱଛ ଓ ସୁସ୍ଥ ଭାରତ ଗଠନ ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଶେଷରେ ସମସ୍ତେ ସ୍ୱଛତା ବଜାୟ ରଖିବା ପାଇଁ ଶପଥ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ