ବେଲଗୁଣ୍ଠାରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ବିଦ୍ୟାର୍ଥ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ଶିକ୍ଷା ବ୍ଲକ୍‌ରେ ଶନିବାର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଛି। ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳିତ ହୋଇଥିଲା। ତନରଡ଼ାସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୁଳ ପରୀକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀ ପାଇଁ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ପରୀକ୍ଷା ପାଇଁ ୧୩୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ୧୩୧ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ତଥା ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ। ସହ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ପର୍ଯ୍ୟବେକ୍ଷକ ରୂପେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ବେଲଗୁଣ୍ଠା ନୋଡାଲ ସରକାରୀ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଠାରେ ପଞ୍ଜିକରଣ କରିଥିବା ୧୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ତଥା ପ୍ରଧାନ ଶିକ୍ଷୟିତ୍ରୀ ଦୀପା ସ୍ୱାଇଁଙ୍କ ନେତୃତ୍ୱରେ ଶିକ୍ଷକ ଓ କର୍ମଚାରୀମାନେ ପରୀକ୍ଷା ପରିଚାଳନା କରିଥିଲେ। ସହ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପାତ୍ର ପର୍ଯ୍ୟବେକ୍ଷକ ରୂପେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।ଦୁଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ସନ୍ତୋଷଜନକ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ