ଆଜି ବି ବଞ୍ଚିଛି ମଣିଷପଣିଆ : କୁନିଝିଅ ତ୍ରିଶିକାଙ୍କ ଜୀବନରକ୍ଷା ଲାଗି ଅର୍ଥ ସଂଗ୍ରହ କରୁଛନ୍ତି ବିଦ୍ୟାର୍ଥୀ

ଆସିକା (ୱାଇଏନ୍‍ଏସ୍‍) : ଆଜିକାର ସ୍ୱାର୍ଥ ସର୍ବସ୍ୱ ଓ ସ୍ୱାର୍ଥପର ଏବଂ କାର୍ଯ୍ୟବ୍ୟସ୍ତତା ଦୁନିଆରେ ବଞ୍ଚିରହିଛି ମଣିଷପଣିଆ ଓ ମାନବିକତା । ଯାହା କରିଦେଖାଇଛନ୍ତି ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର କଳା ପାଠ୍ୟକ୍ରମର ଛାତ୍ରୀ ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀ ଏବଂ ଆଶାରାଣୀ ସାହୁ ଓ ପ୍ରଜ୍ଞାସ୍ମିତା ବିଷୋୟୀ ଏବଂ ରୂପାଲୀ ଭୂୟାଁ । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ୪ ଜଣ ଛାତ୍ରୀ ମାନବିକତାର ପରିଚୟ ଦେଖାଇବା ସହ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ମଣିଷପଣିଆ ଓ ମାନବିକତାର ପରିଚୟ ଦେଖାଇଥିବା ୪ ବିଦ୍ୟାର୍ଥୀଙ୍କ ଏହି ମହତ୍‍ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ସେମାନଙ୍କର ଏହି ମହନୀୟ କାର୍ଯ୍ୟ ସାଂପ୍ରତିକ ପରିସ୍ଥିତିରେ ଯୁବପିଢୀଙ୍କ ମହଲରେ ଏକ ସକରାତ୍ମକ ବାର୍ତ୍ତା ପ୍ରଦାନ କରିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅରେଇକଣା ଗ୍ରାମ ପଞ୍ଚାୟତର ରମାପୁର ଗ୍ରାମର ମୁକେଶ୍‍ ଚନ୍ଦ୍ର ରାୟଙ୍କ ୧୬ ମାସର କୁନିଝିଅ ତ୍ରିଶିକା ଏକ ବିରଳ ତଥା ଗୁରୁତର ସ୍ନାୟଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଜଣାପଡିଛି । ଏହି ରୋଗର ଉପଯୁକ୍ତ ଚିକିତ୍ସା ତଥା ସୁସ୍ଥ ପାଇଁ ଜୀବନ ରକ୍ଷାକାରୀ ଔଷଧ ନିମନ୍ତେ ପ୍ରାୟ ୧୬ କୋଟି ଟଙ୍କା ଆବଶ୍ୟକ ଥିବା ଜଣାପଡିଛି । ଶିଶୁକନ୍ୟା ତ୍ରିଶିକାଙ୍କ ପରିବାରବର୍ଗ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିବାରୁ ବିରଳ ସ୍ନାୟୁଜନିତ ରୋଗରେ ଆକ୍ରାନ୍ତ ୧୬ ମାସର କୁନି ଝିଅ ତ୍ରିଶିକାଙ୍କ ଜୀବନରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସହୃଦୟ ବ୍ୟକ୍ତି ତଥା ସଂଗଠନ ସହାୟତା ପାଇଁ ଆଗେଇ ଆସିଥିଲା ବେଳେ ଏଭଳି ଏକ ମହତ୍‍ କାର୍ଯ୍ୟରେ ମାନବିକତା ଓ ମଣିଷପଣିଆର ପରିଚୟ ଦେଖାଇ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ବିଦ୍ୟାର୍ଥୀ ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀ, ଆଶାରାଣୀ ସାହୁ, ପ୍ରଜ୍ଞାସ୍ନିତା ବିଷୋୟୀ, ରୂପାଲୀ ଭୂୟାଁ ପ୍ରମୁଖ ସହରର ବିଭିନ୍ନ ଘରକୁ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ବୁଲି କିଛି ଅର୍ଥ ସଂଗ୍ରହ କରି ପୀଡିତ ଶିଶୁକନ୍ୟା ତ୍ରିଶିକାଙ୍କ ପରିବାରବର୍ଗଙ୍କ ନିକଟକୁ ପଠାଇବା ସକାଶେ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ୪ ଜଣ ଛାତ୍ରୀଙ୍କ ଏହି ନିଆରା ପ୍ରୟାସକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ଅଧ୍ୟାପକ ଡଃ କେ.ଓମ୍‍ ନାରାୟଣ ରାଓ, ଅଧ୍ୟାପକ ଡଃ ଏସ୍‍ଟି ରେହମୋନ୍‍, ଅଧ୍ୟାପିକା ଡଃ ସୁପ୍ରିୟା ଦାଶଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଉଚ୍ଚ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଯେଉଁ ବୟସରେ ମାର କୋଳରେ ହସିବା ଓ ବାପାର ଆଙ୍ଗୁଠି ଧରି ଚାଲିବା ଶିଖିବା ସେହି ବୟସରେ କୁନିଝିଅ ତ୍ରିଶିକା ବିରଳ ସ୍ନାୟୁଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ଖେଳୁଥିବା ବେଳେ ସଚେତନ ନାଗରିକ, ବୁଦ୍ଧିଜୀବୀ ନିଜ ସକ୍ଷମ ମୁତାବକ ସହାୟତା କରିବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ