ନାଳରୁ ୮ ଫୁଟିଆ ଅଜଗର ଉଦ୍ଧାର
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତ ପୁର ଓ ସୀତାରାମ ପୁର ମଧ୍ୟ ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି। ଏକ ଜାଲରେ ସାପଟି ଛନ୍ଦି ହୋଇଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ପକ୍ଷରୁ ସ୍ନେକ ହେଲପ ଲାଇନକୁ ଜଣାଇଥିଲେ। ଛତ୍ରପୁର ଫରେଷ୍ଟର ବାବୁ ସେଠୀଙ୍କ ଉପସ୍ଥିତିରେ ସ୍ନେକ ହେଲପ ଲାଇପ ଲାଇନ ର ଗଣପତି ସାହୁ ଘଟଣାସ୍ଥଳରେ ପହଞ୍ଚି ଜାଲରୁ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଅଜଗରଟିକୁ ଟାମଣା ଘାଟି ଜଙ୍ଗଲରେ ନିରାପଦ ସ୍ଥାନରେ ଛାଡ଼ି ଦିଆଯାଇଥିଲା।


